Categories: ଜାତୀୟ

ନିର୍ମାଣ କାର୍ଯ୍ୟ ବନ୍ଦ, ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଦେବେ କେଜ୍ରିଓ୍ବାଲ ସରକାର…

ନୂଆଦିଲ୍ଲୀ,୨।୧୧ : ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି। ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ଏହି ସମୟ ମଧ୍ୟରେ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଭାବରେ ମାସକୁ ୪ ହଜାର ଟଙ୍କା ଦେବାକୁ ମୁଁ ଶ୍ରମ ମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନିର୍ଦ୍ଦେଶ ଦେଇଛି। ନିର୍ମାଣ କାର୍ଯ୍ୟକୁ ପୁଣି ଅନୁମତି ନ ମିଳିବା ପର୍ଯ୍ୟନ୍ତ ଶ୍ରମିକମାନେ ଏହି ଟଙ୍କା ପାଇବେ।

Share