ଚଳିତବର୍ଷ ପ୍ରଥମ ମାସରୁ ହିଁ କଞ୍ଜୁମର ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଘଟିଛି। ବିଶେଷ କରି ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଟରଗୁଡ଼ିକର ମୂଲ୍ୟ ବୃଦ୍ଧି ଘଟିଛି। ଦେଶର ପ୍ରମୁଖ ସାମଗ୍ରୀ ନିର୍ମାତା ସଂସ୍ଥାଗୁଡ଼ିକ ନିରୁପାୟ ବୋଲି ସେମାନେ କହିଛନ୍ତି। କାରଣ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଏବଂ ଅଧିକ ମାଲ ପରିବହନ ଶୁଳ୍କ ଯୋଗୁ ଏଭଳି କରିବାକୁ ପଡୁଛି। ଫଳରେ ଗ୍ରାହକମାନଙ୍କ ଉପରେ ଅଧିକ ଚାପ ପଡ଼ିବ ବୋଲି କମ୍ପାନୀଗୁଡ଼ିକ ମତ ଦେଇଛନ୍ତି। ଏହି ମାସ ଶେଷ ସୁଦ୍ଧା କିମ୍ବା ମାର୍ଚ୍ଚ ମାସରେ ୱାଶିଂମେଶିନ୍ ଭଳି ଘରୋଇ ଉପକରଣଗୁଡ଼ିକ ଉପରେ ୫ରୁ ୧୦% ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି।