ଭ୍ରମାତ୍ମକ ଅଫର ପ୍ରତି ଗ୍ରାହକ ସାବଧାନ ରୁହନ୍ତୁ: ସଞ୍ଜୟ

ଭୁବନେଶ୍ୱର,୧୨।୧୧(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ଦେଶ ଧନ୍‌ତେରସ୍‌ ଓ ଆଲୋକର ପର୍ବ ଦୀପାବଳି ପାଳନ ଉପଲକ୍ଷେ ଅଳଙ୍କାର ଓ ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିବେ। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରୁଛନ୍ତି। ଅପରପକ୍ଷରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ସର୍ବଦା ଗ୍ରାହକଙ୍କ ହିତ ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ବିଭିନ୍ନ ସମୟରେ ସଚେତନତା ଅଭିଯାନ ଚଳାଇ ଆସୁଛି। ସୁନାର ଗୁଣବତ୍ତା ସହ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଗ୍ରାହକଙ୍କୁ ‘ଅପ୍‌ ଟୁ’ ଅଥବା ‘ପର୍ଯ୍ୟନ୍ତ’ ସ୍କାମ୍‌ ଏବଂ ସର୍ତ୍ତମୂଳକ ଅଫରରୁ ବିରତ ରହିବା ନେଇ ସଚେତନ କରିଆସୁଛି। ଏଥିସହ ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ଉପରେ ମଧ୍ୟ ସଚେତନ କରାଉଛି। ଆଗକୁ ବି ଗ୍ରାହକଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଥିବା ସମସ୍ତ ପ୍ରତିଷ୍ଠାନର ପର୍ଦ୍ଦାଫାଶ କରିବାକୁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପ୍ରତିଶ୍ରୁତିବଦ୍ଧ ବୋଲି ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଫାଉଣ୍ଡର ଚେୟାରମ୍ୟାନ୍‌ ସଞ୍ଜୟ ହଂସ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷର କାରବାର ୨୫ରୁ ୫୦% ବିକ୍ରୟ ଅଭିବୃଦ୍ଧି ବଢ଼ିପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ଯୋଗୁ ନିବେଶକମାନେ ଅଧିକ ପରିମାଣରେ ସୁନା କିଣୁଛନ୍ତି। ଆଗକୁ ବିବାହ ଋତୁ ଆସୁଥିବାରୁ ଗ୍ରାହକମାନେ ଧନ୍‌ତେରସ୍‌ ଓ ଦୀପାବଳି ଅବସରରେ ଚାଲିଥିବା ଅଫରର ସୁଯୋଗ ନେଇ କିଣାକିଣି କରିବେ। ଉଲ୍ଲେଖଯୋଗ୍ୟ, ଆଲୋକର ପର୍ବ ଦୀପାବଳି ଏବଂ ଧନତେରସ୍‌ର ଶୁଭ ଅବସରରେ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର୍‌ ଦିଆଯାଉଛି, ଏପରିକି ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ ୬୨୫ ଟଙ୍କା ଏବଂ ହୀରା ମୂଲ୍ୟ ଉପରେ ପ୍ରତି କ୍ୟାରେଟ୍‌ ପିଛା ଫ୍ଲାଟ୍‌ ୨୦,୦୦୦ ଟଙ୍କା ରିହାତି ରଖାଯାଇଛି।

Share