କ୍ଷତିକାରକ କଫି

କେତେକ ଲୋକ ଅଛନ୍ତି ଦିନକୁ ୨-୩ ଥର କଫି ପିଇବାକୁ ପସନ୍ଦ କରିଥାଆନ୍ତି । ଏବେ ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ ଦିନକୁ ୬ କପ୍‌ରୁ ଅଧିକ କଫି ପିଉଛନ୍ତି ଏହା ସେମାନଙ୍କ ପାଇଁ କ୍ଷତିକାରକ । ବିଶେଷ କରି ୬ କପ୍‌ରୁ ଅଧିକ କଫି ପିଇଲେ ଏହା ହୃଦରୋଗ ସୃଷ୍ଟି କରିବାର ସମ୍ଭାବନା ଥାଏ । କାରଣ ଏହା ରକ୍ତରେ ଲିପିଡର ସଂଖ୍ୟା ବୃଦ୍ଧି କରି ସିବିଡିକୁ ଅସୁବିଧାରେ ପକାଇଥାଏ । ସିବିଡି ବିଶ୍ୱ ସ୍ତରରେ ମୃତ୍ୟୁର ଏକ କାରଣ ବୋଲି କୁହାଯାଏ । ପ୍ରତ୍ୟେକ ବର୍ଷ ସିବିଡି ପାଇଁ ପ୍ରାୟ ୧୭.୭ ମିଲିୟନ ଲୋକଙ୍କ ମୃତ୍ୟୁ ହୋଇଥାଏ । ଦକ୍ଷିଣ ଅଷ୍ଟ୍ରେଲିୟା ବିଶ୍ୱବିଦ୍ୟାଳର ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ କଫି ପିଇବା ଶରୀର ପକ୍ଷେ କ୍ଷତିକାରକ । ବିଶେଷ ଭାବେ ଏହାଦ୍ୱାରା ହୃଦରୋଗ ଭଳି ଜଟିଳ ସମସ୍ୟା ଦେଖାଦେଇଥାଏ ।