ପାରାଦୀପ ପୋର୍ଟରେ କରାଯାଉ କଣ୍ଟେନର ଟର୍ମିନାଲ

ଭୁବନେଶ୍ୱର,୨୪।୯: ଓଡ଼ିଶାର ପ୍ରମୁଖ ବନ୍ଦର ‘ପାରାଦୀପ ପୋର୍ଟ’ରେ ଏକ ଅତ୍ୟାଧୁନିକ କଣ୍ଟେନର ଟର୍ମିନାଲ କରାଯାଉ ବୋଲି ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଲଜିଷ୍ଟିକ୍ସ ମୁଖ୍ୟ ଭେଙ୍କଟେଶ୍ୱର ରାଓ ଭୁବନେଶ୍ୱରଠାରେ ଆୟୋଜିତ ଦିନିକିଆ ଲଜିଷ୍ଟିକ୍‌ ସମ୍ମିଳନୀକୁ ସମ୍ବୋଧିତକରି ଏଭଳି ମତବ୍ୟକ୍ତ କରିଛନ୍ତି। ସେହିଭଳି ଉକ୍ତ କଣ୍ଟେନର ଟର୍ମିନାଲର ବିକାଶ ଜରିଆରେ ରାଜ୍ୟକୁ ପ୍ରାୟ ୨୦,୦୦୦କୋଟି ଟଙ୍କାର ବ୍ୟବସାୟ ଆସିବ ବୋଲି ସେ ଆକଳନ କରିଛନ୍ତି। ଏପରିକି ବର୍ତ୍ତମାନ ସମୟରେ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଉକ୍ତ ବ୍ୟବସାୟ ଯାଉଛି। ବିଶେଷକରି କାର୍ଗୋ ଭଲ୍ୟୁମ୍‌ ଅନୁସାରେ ଓଡ଼ିଶା ଦେଶର ତୃତୀୟ ବୃହତମ ବନ୍ଦର ପ୍ରଦେଶ ହୋଇଥିଲେ ମଧ୍ୟ ଏକମାତ୍ର ରାଜ୍ୟ ହୋଇରହିଛି, ଯାହାର ଏକ ଉତ୍ସର୍ଗୀକୃତ କଣ୍ଟେନର ଟର୍ମିନାଲ ନାହିଁ। ବିଶେଷକରି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭର କରୁଛି। ଏପରିକି ଓଡ଼ିଶାର ୪୦ରୁ ୪୫% ଲଜିଷ୍ଟିକ ସାମଗ୍ରୀକୁ ବିଶାଖାପାଟଣା ବନ୍ଦର ବର୍ତ୍ତମାନ ନିୟନ୍ତ୍ରଣ କରୁଛି। ସେହିପରି କଣ୍ଟେନର ଟର୍ମିନାଲର ବିକାଶ ପ୍ରସ୍ତାବ ଉପରେ ମନ୍ତବ୍ୟ ଦେଇ ରାଓ କହିଥିଲେ, ପାରାଦୀପ ପୋର୍ଟରେ ଏକ କଣ୍ଟେଟନର ଟର୍ମିନାଲ ପ୍ରତିଷ୍ଠା ଉତ୍ତମ ଉତ୍ସ ବ୍ୟବହାରକୁ ସହଜ କରିବ। ଏପରିକି ସମୟ ହ୍ରାସ ସହ ଲାଭ ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ଅଧିକନ୍ତୁ ଦେଶର ନେଟ୍‌ ଜିରୋ ଲକ୍ଷ୍ୟରେ ତାଳ ମିଳାଇ ପରିବେଶ ଅନୁକୂଳ ପରିବହନ ନୀତି ଗ୍ରହଣ କରିବା ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନରେ ମଧ୍ୟ ଉଲ୍ଲେଖନୀୟ ୪୦୦% ହ୍ରାସ ଘଟିବ। ଉଲ୍ଲେଖଯୋଗ୍ୟ, ଜାତୀୟସ୍ତରରେ ଓଡ଼ିଶାର ରପ୍ତାନି ଅଂଶ ଗତ ୫ବର୍ଷ ମଧ୍ୟରେ ୨.୨%ରୁ ୪.୦%କୁ ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ପାରାଦୀପ ବନ୍ଦର ଓଡ଼ିଶା ଏବଂ ବିହାର ଓ ଝାଡ଼ଖଣ୍ଡ ଭଳି ଲ୍ୟାଣ୍ଡ ଲକ ରାଜ୍ୟଗୁଡ଼ିକର କଣ୍ଟେନର ଟ୍ରାଫିକ ମାତ୍ର ୭% ରହିଥିଲା, ଯାହାକି ପାରାଦୀପ ବନ୍ଦରରେ ଥିବା ବିରାଟ ସମ୍ଭାବନାକୁ ଦର୍ଶାଉଛି। ଦେଶର ଏକ ପ୍ରମୁଖ ଧାତୁ ଉତ୍ପାଦନ ହବ୍‌ ଭାବେ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ କାର୍ଯ୍ୟସ୍ଥଳ ଭାବେ ଆବିର୍ଭାବ ସହ ଏହି ଅଭିବୃଦ୍ଧିକୁ ସମର୍ଥନ ତଥା ସୁଦୃଢ଼ କରିବା ପାଇଁ ପାରାଦୀପ ପୋର୍ଟରେ ଏକ କଣ୍ଟେନର ଟର୍ମିନାଲ ପ୍ରତିଷ୍ଠା ଜରୁରୀ ହୋଇପଡିଛି। ଅପରପକ୍ଷରେ ଭେଙ୍କଟେଶ୍ୱର ରାଓ ଓ ତାଙ୍କ ଟିମ୍‌ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ଦ୍ୱାରା ଆୟୋଜିତ ଲଜିଷ୍ଟିକ ସମ୍ମିଳନୀରେ ଅଂଶଗ୍ରହଣ କରି ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଉକ୍ତ ସମ୍ମିଳନୀରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ, ଗତି ଶକ୍ତି ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପିଇଡି) ଅନିଲ କେ. ଖାଣ୍ଡେଲୱାଲ ଏବଂ ଚେୟାରମ୍ୟାନ୍‌ ପାରାଦୀପ ପୋର୍ଟ ଟ୍ରଷ୍ଟ ପି. ଏଲ୍‌ . ହାରାନ୍ଧ ପ୍ରମୁଖ ଯୋଗଦେଇଥିଲେ।
ସୂଚନାଯୋଗ୍ୟ, ଇଣ୍ଡିଆନ୍‌ ଏକ୍ସପୋର୍ଟ ଫେଡେରେଶନ ଅର୍ଗାନାଇଜେଶନର ସୂଚନା ଅନୁଯାୟୀ ଲଜିଷ୍ଟିକ୍‌ ଖର୍ଚ୍ଚରେ ୧୦% ହ୍ରାସ ରପ୍ତାନିକୁ ୫% ବୃଦ୍ଧି କରିପାରିବ। ତେଣୁ ପାରାଦୀପ ପୋର୍ଟରେ ଏକ ଉତ୍ସର୍ଗୀକୃତ କଣ୍ଟେନର ଟର୍ମିନାଲର ବିକାଶ କେବଳ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଏବଂ ଓଡ଼ିଶା ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶର ଲଜିଷ୍ଟିକ୍ସ ଇକୋସିଷ୍ଟମ ପାଇଁ ବେଶ୍‌ ଲାଭଦାୟକ ହେବ ଓ ଆତ୍ମନିର୍ଭର ଭାରତ ନିର୍ମାଣର ସାମୂହିକ ଲକ୍ଷ୍ୟରେ ଏହା ବେଶ୍‌ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri