ଜି.ଉଦୟଗିରି,୨୧ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ ସାହିରୁ ମଧ୍ୟ ଆଜି କଣ୍ଟେନ୍ମେଣ୍ଟ୍ ହଟିଛି। ଲକ୍ଷ୍ମୀବଜାରକୁ ଜୁଲାଇ ୨୯ ଓ ବରାଳିନୀ ସାହିକୁ ଜୁଲାଇ ୨୭ରେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଉପରୋକ୍ତ ଦୁଇ ସାହିରୁ ଅନେକ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନ୍ମେଣ୍ଟ୍ କରାଯାଇ ସାହିଗୁଡିକୁ ସାନିଟାଇଜ୍ ସହିତ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ଏହାପରେ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମୀମାନେ ସ୍କ୍ରିନିଂ କରିଥିଲେ। ଦୀର୍ଘଦିନ ପରେ ଲକ୍ଷ୍ମୀବଜାରରୁ କଣ୍ଟେନ୍ମେଣ୍ଟ୍ ହଟିଥିବାରୁ ଆଜି ବଜାର ଗହଳି ଜଣାପଡୁଛି। ବର୍ତ୍ତମାନ ସୁଦ୍ଧା ଚମ୍ପାସାହି ଓ ବ୍ୟାଙ୍କ କଲୋନୀରେ କଣ୍ଟେନ୍ମେଣ୍ଟ୍ ରହିଛି। ସେ ସବୁ ସାହିରେ ମଧ୍ୟ ଟେଷ୍ଟିଂ ସରିବା ପରେ କଣ୍ଟେନ୍ମେଣ୍ଟ୍ ଉଠାଇବା ପାଇଁ ଜିଲା ପ୍ରଶାସନଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜି.ଉଦୟଗିରି ବିଡିଓ ତଥା ଏନ୍ଏସିର ପ୍ରଶାସକ ଶାନ୍ତନୁ କୁମାର ନାୟକ କହିଛନ୍ତି।