ଭିତରକନିକା ଆର୍ଦ୍ରଭୂମିକୁ ଉଜାଡ଼ିବ ପ୍ରଦୂଷିତ ଜଳ

କେନ୍ଦ୍ରାପଡ଼ା,୨।୭ (ଜଗନ୍ନାଥ ଧଳ)ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିଛି ା ତେବେ କେନ୍ଦ୍ରାପଡ଼ା ଜିଲାରେ ଆଶାନୂରୂପକ ବର୍ଷା ହୋଇନାହିଁ ା ଫଳରେ ଜିଲାରେ ଉତ୍କଟ ଜଳାଭାବ ଦେଖାଦେଇଛି। ଏପରି କି ଭିତରକନିକା ଆଦ୍ରଭୂମିକୁ ସଂଲଗ୍ନ ଥିବା ୩ ନଦୀ ସିଷ୍ଟମ ଜଳାଭାବରୁ ଶୁଖିଲା ପଡିଛି ା ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା ୭ନଦୀରେ ଏବେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଏହି ଜଳ ଜାତୀୟ ଉଦ୍ୟାନର ବହୁ କ୍ଷତି ଘଟାଇବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି ା
ଏ ସମ୍ପର୍କରେ ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ଭିତରକନିକା ଆଦ୍ରଭୂମିରେ ପ୍ରଦୂଷିତ ଜଳକୁ ନେଇ ହାଇକୋର୍ଟରେ ଉଦ୍‌ବେଗ ପ୍ରକାଶ କରାଯାଇଛି ା ନିକଟରେ ଏହି ମାମଲାର ହାଇକୋର୍ଟ ପକ୍ଷରୁ ରହିଥିବା ଆମିସକ୍ୟୁରୀ ମୋହିତ ଅଗ୍ରୱାଲ ଆଶଙ୍କା କରିଛନ୍ତି, ବ୍ରାହ୍ମଣୀ ନଦୀ ଜଳ ଭିତରକନିକାକୁ ସର୍ବାଧିକ ପ୍ରଦୂଷିତ କରୁଛି। ନାଲ୍‌କୋ ଓ ଅନ୍ୟ ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ଦ୍ରବ୍ୟ ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଛି ା ଏହି ଶିଳ୍ପଗୁଡିକ କୋଇଲା ସହିତ ଫ୍ଲୋରାଇଡ, ନାଇଟ୍ରୋଜେନ, ସିଆନାଇଡ, କ୍ରୋମିୟମ, ଫ୍ଲାଏ ଆସ୍‌ ସହିତ ଅନ୍ୟ ସାମଗ୍ରୀ ବ୍ୟବହାର କରୁଥିବାରୁ ଏହାର ଉଦ୍‌ବୃତ୍ତ ଅଂଶ ବ୍ରାହ୍ମଣୀରେ ମିଶୁଛି ା ଭିତରକନିକା ଜଳ ପ୍ରଦୂଷଣରେ ବେଆଇନ ଚିଙ୍ଗୁଡି ଘେରି, ଅବାଧ ନୌଚଳାଚଳ, ବେଆଇନ ଭାବେ ରହିଥିବା ବାଂଲାଦେଶୀଙ୍କ ଦ୍ୱାରା ବନ କ୍ଷୟ ଓ ଚିଙ୍ଗୁଡ଼ି ଘେରି ଆଦି ନିର୍ମାଣ ସହିତ ନଦୀ ଜଳ ପ୍ରଦୂଷଣର କାରଣ ହୋଇଛି ା ଅପରପକ୍ଷେ ଏହି ଆଦ୍ରଭୂମିକୁ ଆଗାମୀ ଦିନରେ ମଧୁର ଜଳ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀ ଓ ୨୭ ନାଳ ଭିତରକନିକାର ହେନ୍ତାଳ ବଣକୁ ବଞ୍ଚାଇ ରଖୁଛି ା ତେବେ ବିଭିନ୍ନ ସ୍ଥାନରେ ମଧୁର ପାଣି ଅଟକ ଓ ଉତ୍ତୋଳନ ଜୈବ ବିବିଧତାକୁ ନଷ୍ଟ କରିବ ବୋଲି ଅଧ୍ୟାପକ ସିଂହ ମତ ଦେଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ମଧୁର ଜଳ ଅଭାବ ହେନ୍ତାଳବଣ ନଷ୍ଟର କାରଣ ହେବ ା ୬୦ ପ୍ରତିଶତ ଲୁଣା ଓ ୪୦ ପ୍ରତିଶତ ମଧୁର ଜଳର ମିଶ୍ରଣ ଅଞ୍ଚଳରେ ସାଧାରଣରେ ହେନ୍ତାଳବଣ ସୃଷ୍ଟି ହୋଇଥାଏ ା
ମଧୁର ଜଳ ନ ଥିବାରୁ ସମୁଦ୍ର ତଟରେ କେବଳ ଝାଉଁବଣ ଦେଖିବାକୁ ମିଳେ ା ଭିତରକନିକାକୁ ମଧୁର ଜଳ ଯୋଗାଉଥିବା ମୁଖ୍ୟତଃ ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା ଏବେ ଅକାମୀ ହେବାକୁ ଯାଉଛି ା ଛତିଶଗଡ଼ ରାଜ୍ୟରେ ବନ୍ଧ ନିର୍ମାଣ ପରେ ମହାନଦୀ ଜଳକୁ ନେଇ ଓଡ଼ିଶା ସରକାରଙ୍କ ସହିତ ଦ୍ୱନ୍ଦ ଦେଖାଯାଇଛି। ଅଣମୌସୁମୀରେ ମହାନଦୀର ତଳ ମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲାରେ ଜଳସ୍ରୋତ କମି ଯାଇଛି ା ଶିକ୍ଷାବିତ୍‌ ଭୂବନମୋହନ ଜେନା ଦର୍ଶାଇଛନ୍ତି, ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ସନ୍ତରାଠାରେ ମହାନଦୀରେ ଏକ ବୃହତ୍‌ ଜଳାଶୟ ନିର୍ମାଣ କରାଯାଇ କେନ୍ଦ୍ରାପଡ଼ା ଜିଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାକୁ ଯାଉଛି।
ଜଳାଶୟରୁ ଉଦ୍‌ବୃତ ଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୨ଟି ମେଗା ପ୍ରକଳ୍ପ ନିର୍ମାଣାଧୀନ ଅଛି ା ଫଳରେ ମହାନଦୀର ଜଳ ତଳମୁଣ୍ଡରେ ଥିବା ଭିତରକନିକାକୁ ମଧୁର ଜଳ ପହଞ୍ଚତ୍ବା ଆଶା କ୍ଷୀଣ ହୋଇଛି ା ସେହିପରି ଗତ କିଛି ବର୍ଷ ଧରି ଅଣମୌସୁମୀ ସମୟରେ ବୈତରଣୀର ମଧୁର ଜଳ ଭିତରକନିକାକୁ ପହଞ୍ଚୁ ନାହିଁ। ମୌସୁମୀ ସମୟରେ ଭିତରକନିକା ଆସୁଥିବା ଜଳକୁ ଏବେ ଯାଜପୁର ସହର ନିକଟ ନିର୍ମାଣାଧୀନ ଜଳାଶୟରେ ରଖିବାକୁ ଯୋଜନା ହୋଇଛି। ବ୍ରାହ୍ମଣୀ ସିଷ୍ଟମରେ ବ୍ରାହ୍ମଣୀ ଓ ଶାଖାନଦୀ ଖରସ୍ରୋତା ଅଛି ା ଏବେ ଖରସ୍ରୋତାରେ କେନ୍ଦ୍ରାପଡ଼ା ଜିଲାର ୨ଟି ସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ ଓ ୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି ା ଏଥିସହିତ ଭଦ୍ରକ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ନିଆଯିବ। ଏହି ୫ ପ୍ରକଳ୍ପର ଆବଶ୍ୟକ ଜଳକୁ ଖରସ୍ରୋତାରେ ଏକ ବ୍ୟାରେଜ ଦ୍ୱାରା ଅଟକାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନ ହେଉଛି ା ବ୍ୟାରେଜ ପରେ ଉଦବୃତ ଜଳ ଭିତରକନିକାରେ ପହଞ୍ଚାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି ା କେବଳ ବ୍ରାହ୍ମଣୀର ସ୍ବଳ୍ପଧାରା ଭିତରକନିକାର ପ୍ରାକୃତିକ ବିଭବକୁ ବଞ୍ଚାଇବା ସମ୍ଭବ ନୁହେଁ ବୋଲି ପ୍ରାଧ୍ୟାପକ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ: ସନ୍ତାନର ନାଁ ରଖିଲେ…

ମୁମ୍ବାଇ,୧୬।୪: ଚକ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୧୬।୪: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲଗିଥିବା ଦେଖିବାକୁ...

ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ

ଭବାନୀପାଟଣା,୧୬।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର...

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ...

Watch Video:ମ୍ୟାଚ୍‌ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍‌ଙ୍କୁ କହିଲେ, ମୋତେ ଦେଖ…

ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ...

ଏଣିକି ସ୍କୁଲରେ ମୋବାଇଲ୍‌ ମନା: ଜାଣନ୍ତୁ କ’ଣ ରହିଛି କାରଣ

ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର...

କୁଟାରିକୁ ଲହୁଲୁହାଣ କଲା କୁକୁର: ଉଦ୍ଧାର କଲା ବନବିଭାଗ

ପାଟଣା ୧୬/୪(ବୀରକିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ରାଇଡିହା ଗ୍ରାମରୁ ବୁଧବାର ସକାଳୁ ଏକ ଆହତ କୁଟାରିକୁ ବନ...

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image