ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ପରଲୋକ

ମୁମ୍ବାଇ,୧୦।୧୨: କଥକ ଏବଂ କଥକଲୀକୁୁ ମିଶାଇ ଏକ ନୂତନ ନୃତ୍ୟ ସୃଷ୍ଟି କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓସ୍ତାଦ ଦେବୁଙ୍କର ଦେହାନ୍ତ ହୋଇଛି। ଗୁରୁବାର ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଦେବୁଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ନିଜ ପ୍ରଦର୍ଶନ ମାଧ୍ୟମରେ ଓସ୍ତାଦ ଦେବୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୧୯୪୭ ଜୁଲାଇ ୨୩ ର ଗୁଜୁରାଟର ନାଭସାରିରେ ଜନ୍ମଗ୍ରହଣ କରିଥିବା ଓସ୍ତାଦ ଦେବୁ ତାଙ୍କ ପରାମର୍ଶଦାତା ପ୍ରହ୍ଲାଦ ଦାସଙ୍କଠାରୁ କଥକ ଶିକ୍ଷା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ଗୁରୁ ଇ.କେ ପାନିକକରଙ୍କଠାରୁ କଥକଲୀ ଅଧ୍ୟୟନ କରିଥିଲେ। ପ୍ରାୟ ପାଞ୍ଚ ଦଶନ୍ଧି ଧରି ନୃତ୍ୟ ଜଗତ ସହ ଜଡିତ ଥିବା ଓସ୍ତାଦ ଦେବୁ ବିଶ୍ୱର ୭୦ଟି ଦେଶରେ ନୃତ୍ୟ ପରିବେଷଣ କରିଥିଲେ। ସେ କେବଳ ନୃତ୍ୟରେ ନୁହେଁ ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ନିରନ୍ତର କାର୍ଯ୍ୟ କରିଥିଲେ। ଭାରତ ଏବଂ ବିଦେଶରେ କାନକୁ ଶୁଭୁ ନ ଥିବା ପିଲାଙ୍କ ପାଇଁ ସେ ସେବା କରିଥିଲେ। ୨୦୦୨ରେ, ଓସ୍ତାଦ ଦେବୁ ଡ୍ୟାନ୍ସ ଫାଉଣ୍ଡେସନ ମାଧ୍ୟମରେ ସେ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବା ଆରମ୍ଭ କଲେ। ଓସ୍ତାଦ ଦେବୁ ବଲିଉଡର ନିର୍ଦ୍ଦେଶକ ମଣିରତ୍ନମ, ବିଶାଲ ଭରଦ୍ୱାଜଙ୍କ ପରି ଭେଟେରାନମାନଙ୍କ ସହ କାମ କରିଥିଲେ। ୨୦୦୭ରେ ପଦ୍ମଶ୍ରୀ ବ୍ୟତୀତ ତାଙ୍କୁ ୧୯୯୫ରେ ସଂଗୀତ ନାଟକ ଏକାଡେମୀ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜଗୋପାଳ ଚିଦାମ୍ବରମ୍‌ଙ୍କ ପରଲୋକ

ମୁମ୍ବାଇ,୫।୧(ପି.ଟି.): ୧୯୭୪ ଏବଂ ୧୯୯୮ରେ ଭାରତର ଆଣବିକ ପରୀକ୍ଷାରେ ପ୍ରମୁଖ ଭୂମିକା ନେଇଥିବା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ରାଜଗୋପାଳ ଚିଦାମ୍ବରମ୍‌ଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ...

ଅବିନାଶଙ୍କ ପାଇଁ ଚାହତଙ୍କୁ ଫସାଇଦେଲେ ବିଗ୍‌ବସ୍‌, ଖୋଲିଲା ସିକ୍ରେଟ୍‌ ଡେଟିଂ ଲାଇଫ୍‌

ମୁମ୍ବାଇ: ରିଆଲିଟି ଶୋ’ରେ ବର୍ଷିଲେ ସଲମାନ ଖାନ୍‌। ପ୍ରତିଯୋଗୀ ଚାହତ ପାଣ୍ଡେଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସୃଷ୍ଟି ହେଲା ଝଡ଼। କିଛି ଏଭଳି ଘଟଣାକୁ ନେଇ...

ଚାଇନାରେ ବଢୁଛି hMPV ଭୂତାଣୁର ପ୍ରଭାବ! ଭାରତ ରଖିଛି କଡା ନଜର, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ,୪।୧: ଚାଇନାରେ ହ୍ୟୁମାନ ମେଟାନିମୋଭାଇରସ (hMPV) ର ଦ୍ରୁତ ବିସ୍ତାର ଭୟକୁ ଆହୁରି ବଢାଇ ଦେଇଛି ଯେ ଏହା କରୋନା ଜୀବାଣୁ ପରି ମହାମାରୀ ରୂପ...

ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ବଳାତ୍କାର କଲେ ପୋଲିସ ଅଧିକାରୀ!

ବେଙ୍ଗାଲୁରୁ,୪।୧: କର୍ନାଟକର ତୁମକୁରୁ ଜିଲାର ମଧୁଗୁରି ସବ ଡିଭିଜନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବି ରାମଚନ୍ଦ୍ରପ୍ପା ଜଣେ ମହିଳାଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିବାରୁ ତାଙ୍କୁ ନିଲମ୍ବିତ...

ନୀତୀଶଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସଞ୍ଜୟ

ନୂଆଦିଲ୍ଲୀ,୪।୧: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ...

ହଠାତ ବିଗିଡ଼ିଲା କିଆରାଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଅସୁସ୍ଥ ହୋଇପଡ଼ିଛନ୍ତି ଅଭିନେତ୍ରୀ କିଆରା ଆଡଭାଣୀ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିଲାଗି ସେ ନିଜର ଫିଲ୍ମ ‘ଗେମ୍‌ ଚେଞ୍ଜର’ର ଟ୍ରେଲର୍‌ ଲଞ୍ଚ କାର୍ଯ୍ୟକ୍ରମରେ...

ଅତୁଲ ସୁଭାଷ ସୁଇସାଇଡ ମାମଲା: ପତ୍ନୀ ନିକିତାଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌

ବେଙ୍ଗାଲୁରୁ,୪।୧: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁର ସିଟି ସିଭିଲ କୋର୍ଟ ଶନିବାର (ଜାନୁୟାରୀ ୪, ୨୦୨୫)ରେ ତାଙ୍କ ପତ୍ନୀ ନିକିତା ସିଙ୍ଗାଣିଆ, ତାଙ୍କ ମାତା...

ଛାଡ଼ପତ୍ର ହୋଇନାହିଁ, ତଥାପି ପତ୍ନୀ-ପିଲାଙ୍କ ସହ ଏକାଠି ଗୋଟିଏ ଘରେ ରୁହନ୍ତି ନାହିଁ ଗୋବିନ୍ଦା; କାରଣ ଜାଣିଲେ…

ମୁମ୍ବାଇ: ଫିଲ୍ମରୁ ଦୂରେଇ ଯାଇଥିବା ଗୋବିନ୍ଦା ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ପତ୍ନୀ ସୁନୀତା ଆହୁଜା ଉଭୟଙ୍କ ସମ୍ପର୍କକୁ ନେଇ ବଡ଼ ଖୁଲାସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri