Posted inଜାତୀୟ

ଅଦାଲତ ଅବମାନନା ମାମଲା ବନ୍ଦ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସମସ୍ତଙ୍କୁ ସତ୍ୟପାଠ ଦାଖଲ ଲାଗି ସୁଯୋଗ ଦିଆଯାଉ ବୋଲି ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି। ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଆଇନଜୀବୀ ଶିବୋଶଙ୍କର ମିଶ୍ରା କହିଥିଲେ, ୩୩ ଜଣ ଓକିଲ ଲିଖିତ ପ୍ରତିଶ୍ରୁତି ସହ ସତ୍ୟପାଠ ଏପର୍ଯ୍ୟନ୍ତ ଦାଖଲ କରିନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ ବାରଣ ସତ୍ତ୍ୱେ ଆଇନଜୀବୀମାନେ ଆନ୍ଦୋଳନରେ ସାମିଲ ହୋଇ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ। ସେଥିପାଇଁ ଗତ ଜାନୁୟାରୀରେ ସୁପ୍ରିମକୋର୍ଟ ୧୯୧ ଜଣ ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇଥିଲେ। ୩୩ ଓକିଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ସହ ସତ୍ୟପାଠ ଦାଖଲ ଲାଗି ଶେଷ ସୁଯୋଗ ଭାବେ ୩ ସପ୍ତାହ ସୁଯୋଗ ଦିଆଗଲା। ଏହି ସମୟସୀମା ମଧ୍ୟରେ ଯଦି ସେମାନେ ସତ୍ୟପାଠ ଦାଖଲ ନ କରନ୍ତି, ତେବେ ସେମାନଙ୍କର କିଛି କହିବାର ନାହିଁ ବୋଲି ଧରାଯାଇ ଅଦାଲତ ଅବମାନନା ମାମଲାର ବିଚାର ଚାଲିବ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ସବୁ ଅଦାଲତ ଚାଲୁଛି କି ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିବାରୁ ସବୁ ଠିକ୍‌ଠାକ୍‌ ଚାଲିଥିବା ମିଶ୍ରା କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ମାସକୁ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର...

ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ...

ମସଜିଦ ସର୍ଭେ ସମୟରେ ହିଂସା: ପଥରମାଡ଼ରେ ୩ ମୃତ, ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସା ଘଟି ସେଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜିଲାର ଆରକ୍ଷୀ ଅଧିକ୍ଷକ(ଏସପି) ଏହି ଖବରକୁ ନିଶ୍ଚିତ...

ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମନେ ପକାଇ…

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ...

ପର୍ଥରେ ଚୌକା-ଛକା ବର୍ଷା: ୪୯୧ ଦିନ ପରେ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି 

ପର୍ଥ,୨୪।୧୧: ଅଷ୍ଟ୍ରେଲିଆରେ ଚମକିଲେ ବିରାଟ କୋହଲି। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ...

ମହାରାଷ୍ଟ୍ରରେ ବିରଳ ଘଟଣା, ଛଅ ଦଶକ ମଧ୍ୟରେ ପ୍ରଥମ ଥର ହେଲା ଏମିତି…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ୧୫ତମ ବିଧାନସଭାରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। କାରଣ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ...

୬ ମାସରେ ହାରି ଯାଇଥିବା ବାଜିକୁ କିଭଳି ପଲଟାଇଦେଲା ଭାଜପା?  ବ୍ୟାକ୍‌ଫୁଟ୍‌ରୁ ଏବେ…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ପ୍ରଚଣ୍ଡ ବିଜୟ ସହ ଭାଜପା ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଏନ୍‌ଡିଏ ମେଣ୍ଟ ୨୮୮ରୁ ୨୩୧ ଆସନରେ ବାଜିମାତ କରିଛି।...

ପ୍ରଧାନମନ୍ତ୍ରୀଙ୍କ ବଡ଼ ଆହ୍ବାନ: ଆସନ୍ତାବର୍ଷ ଲକ୍ଷେ ନୂଆ ଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ରହିଛି ଲକ୍ଷ୍ୟ

ନୂଆଦିଲ୍ଲୀ,୨୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’କାର୍ଯ୍ୟକ୍ରମର ୧୧୬ ତମ ଏପିସୋଡ୍‌ରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ସେ ପ୍ରଥମେ ଜାତୀୟ କ୍ୟାଡେଟ କର୍ପସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri