ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଅଦାଲତ ଅବମାନନା: ଜବାବ ଦାଖଲ ଲାଗି ୨ ଦିନ ସମୟ ନେଲେ ସରକାର

କଟକ,୨୦ା୩(କାର୍ତ୍ତିକ ସାହୁ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାକୁ ନେଇ ରୁଜୁ ଅଦାଲତ ଅବମାନନା ମାମଲାରେ ଜବାବ ଦାଖଲ କରିବା ପାଇଁ ସରକାର ଦୁଇ ଦିନ ସମୟ ନେଇଛନ୍ତି। ହାଇକୋର୍ଟର ବିଚାରପତି ଶିବଶଙ୍କର ମିଶ୍ର ଏହି ମାମଲାର ତଦନ୍ତ ଅଗ୍ରଗତି ନେଇ ଶୁଣାଣି କରିବା ସହ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ପ୍ରକାଶ ଯେ, ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହାଇକୋର୍ଟ ୮ ମାସ ପୂର୍ବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ଡିଏସ୍‌ପି ପାହ୍ୟାର ଅଧିକାରୀ ହୋଇଥିବାରୁ ମାମଲାର ତଦନ୍ତ ଡିଆଇଜି ପାହ୍ୟାରୁ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା କରାଇବାକୁ ଆଦେଶ ଦେଇଥିଲେ। ହେଲେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଅଦ୍ୟାବଧି ଆରମ୍ଭ କରି ନ ଥିବା ଅଭିଯୋଗ ଆଣି ଆବେଦନକାରୀଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ, ଆନନ୍ଦ ଟପ୍ପୋ ଭୁବନେଶ୍ବରରେ ତାଙ୍କର ଦୁଇ ବନ୍ଧୁଙ୍କ ସହ ରହୁଥିଲେ। ୨୦୨୨ ଫେବୃଆରୀ ୨୮ରେ ଆନନ୍ଦଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମ୍‌ରୁ ଉଦ୍ଧାର କରି ତାଙ୍କ ବନ୍ଧୁ ମନ୍‌ଜିତ୍‌ ଟେଟେ କ୍ୟାପିଟାଲ ହସ୍‌ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦଙ୍କର ଅନ୍ୟତମ ବନ୍ଧୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଏ ବିଷୟରେ ଆନନ୍ଦଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ। ଇନ୍‌ଫୋସିଟି ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷରେ ଆନନ୍ଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ପୋଲିସ ପ୍ରଥମେ ଗ୍ରହଣ କରି ନ ଥିଲା। ଅଦାଲତଙ୍କ ନିର୍ଦ୍ଦେଶ ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଇନ୍‌ଫୋସିଟି ଥାନା ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ଆନନ୍ଦଙ୍କୁ ହତ୍ୟା କରାଯାଇ ନାହିଁ ବରଂ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ପୋଲିସ ତଦନ୍ତରେ ଭରସା ନ ହେବାରୁ ଆନନ୍ଦଙ୍କ ବାପା ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ପୋଲିସର ତଦନ୍ତ ପ୍ରକ୍ରିୟାରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ଜୁଲାଇ ୫ରେ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷରେ ଏପ୍ରିଲ ତାପମାତ୍ରା ୪ ଡିଗ୍ରୀ ବଢ଼ିଛି

ବୁଏନ୍ସ ଏୟାର୍ସ, ୨୧।୪: ୨୦୨୫ ଏପ୍ରିଲରେ ଭାରତ ଓ ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ସୀମା ଟପିଛି। ଏକ ନୂଆ ଅନ୍ତର୍ଜାତୀୟ ବୈଜ୍ଞାନିକ ବିଶ୍ଳେଷଣ ଅନୁଯାୟୀ, ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ...

ନିଖୋଜ ଆଶୀର୍ବାଦଙ୍କ ମୃତଦେହ ମିଳିଲା: ମାରି ଫିଙ୍ଗିଥିଲେ ଦାଦା!

ଡେଲାଙ୍ଗ,୨୧ା୪: ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ...

ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଘୋଷାରିନେଲେ

ଛତରପୁର, ୨୧।୪: ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟରେ ଜଣେ ୭୦ ବର୍ଷୀୟ ବରିଷ୍ଠ ନାଗରିକ ଉଦ୍ଧବ ସିଂଙ୍କୁ ୨ ଜଣ ବ୍ୟକ୍ତି ଘୋଷାରି ନେଉଥିବାର ଏକ...

ନିଶିକାନ୍ତ, ଦୀନେଶଙ୍କୁ ବହିଷ୍କାର କର: କଂଗ୍ରେସ

ନୂଆଦିଲ୍ଲୀ,୨୧ା୪: ଲୋକ ସଭାରେ ଚତୁର୍ଥ ଥର ପାଇଁ ଭାଜପାରୁ ପ୍ରତିନିଧିତ୍ୱ କରୁଥିବା ନିଶିକାନ୍ତ ଦୁବେ ଶନିବାର ଏନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି...

ଆମେରିକାରେ ତେଜୁଛି ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ୍‌,୨୧ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍‌ ଯୁଦ୍ଧ ନୀତି ବିରୋଧରେ ଶନିବାର ଓ୍ବାଶିଂଟନ୍‌, ନ୍ୟୁୟର୍କ ଓ ଶିକାଗୋ ସମେତ...

ଆଜି ଭୁବନେଶ୍ୱରରେ ନୁହେଁ, ସମ୍ବଲପୁରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର): ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱର ବାହାରେ ଲୋକଙ୍କ ଅଭିଯୋଗ ଶୁଣିବେ। ସୋମବାର ସମ୍ବଲପୁରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ...

ଆଜି ମୋଦି-ଭାନ୍ସ ଆଲୋଚନା

ନୂଆଦିଲ୍ଲୀ,୨୧।୪(ପି.ଟି.): ଭାରତ ଗସ୍ତରେ ଆସୁଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ତାଙ୍କ ସ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସେକେଣ୍ଡ ଲେଡି ଉଷା ଭାନ୍ସଙ୍କ ସମ୍ମାନାର୍ଥେ...

ଆଜି ୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୧ା୪(ଅଜିତ କୁମାର ମହାନ୍ତି): ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image