ଜି.ଉଦୟଗିରି,୨୨।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରରୁ ସମ୍ପୂର୍ଣ୍ଣ ରୂପେ କଣ୍ଟେନମେଣ୍ଟ ଜୋନ୍ ହଟାଯାଇଛି। ଅଗଷ୍ଟ ୫ ତାରିଖରେ ବ୍ୟାଙ୍କ କଲୋନୀ ଓ ଅଗଷ୍ଟ ୯ରେ ଚମ୍ପାସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଶନିବାର ଉକ୍ତ ଦୁଇ ସାହିରୁ କଣ୍ଟେନମେଣ୍ଟ ଉଠାଯିବା ପରେ ସହର ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ମୁକ୍ତ ହୋଇଛି। ସହରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଥମେ ମହାଗୁଡ଼ା ସାହି, ପରେ କଚେରୀ ସାହି, ବସଷ୍ଟାଣ୍ଡ ସାହି , ଲଷ୍ମୀ ବଜାର ବରାଳିନୀ ସାହି, ସମେତ ବ୍ୟାଙ୍କ କଲୋନୀ ଓ ଶେଷରେ ଚମ୍ପାସାହିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା। ପୂର୍ବରୁ ଅନ୍ୟ ସାହି ଗୁଡିକରୁ କଣ୍ଟେନମେଣ୍ଟ ଉଠି ଥିବା ବେଳେ ଶନିବାର ଦିନ ବ୍ୟାଙ୍କ କଲୋନୀ ଓ ଚମ୍ପାସାହିରୁ କଣ୍ଟେନମେଣ୍ଟ ଉଠିଛି ବୋଲି ଜି.ଉଦୟଗିରି ଏନଏ ସି ପ୍ରଶାସକ ଶାନ୍ତନୁ କୁମାର ନାୟକ କହିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ