Categories: ଜାତୀୟ

କଣ୍ଟେଣ୍ଟ ବ୍ଲକିଂ ମାମଲା: କର୍ନାଟକ ହାଇକୋର୍ଟଙ୍କ ରାୟକୁ ବଡପୀଠରେ ଚ୍ୟାଲେଞ୍ଜ କଲା ଏକ୍ସ

ନୂଆଦିଲ୍ଲୀ,୩।୮: ମାଇକ୍ରୋ ବ୍ଲଗିଂ ଆପ୍‌ ଟ୍ବିଟର ନିଜର ନାମ ପରିବର୍ତ୍ତନ କରି ଏକ୍ସ କରିଛି। ତେବେ ନିକଟରେ କଣ୍ଟେଣ୍ଟ ବ୍ଲକିଂ ମାମଲାରେ କର୍ନାଟକ ହାଇକୋର୍ଟର ଏକକ ବେଞ୍ଚ ରାୟକୁ ବଡପୀଠରେ ଚ୍ୟାଲେଞ୍ଜ କରିଛି କମ୍ପାନୀ। ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ସରକାରଙ୍କ ବିରୋଧରେ ବିବାଦୀୟ ଢଙ୍ଗରେ ବଡ ପୀଠରେ ନିଜର ଯୁକ୍ତି ବାଢିଛି ଯେ, ଯଦି ଭାରତ ସରକାରଙ୍କ ଆଦେଶ ଅନୁଯାୟୀ ଟ୍ବିଟରରୁ ବିଷୟବସ୍ତଗୁଡିକୁ ହଟାଇବା ଆରମ୍ଭ କରାଯାଏ ତେବେ ସରକାର ନିଜ ମନ ମୁତାବକ କମ୍ପାନୀ ଉପରେ ପ୍ରଭାବ ବିସ୍ତାର କରିବେ।

ସୂଚନାଯୋଗ୍ୟ, ହାଇକୋର୍ଟ ଜୁନ ୩୦ରେ କମ୍ପାନୀର ଆବେଦନକୁ ଖାରଜ କରି ୫୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲେ। ଆବେଦନରେ ଅନଲାଇନ ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଦେଇଥିବା ଆଦେଶକୁ କମ୍ପାନୀ ଚ୍ୟାଲେଞ୍ଜ କରିଥିଲା। ୯୬ ପୃଷ୍ଠା ସମ୍ବଳିତ ଆବେଦନରେ ମସ୍କ କହିଥିଲେ ଯେ, କଣ୍ଟେଣ୍ଟ ହଟାଇବା ଦ୍ୱାରା କେନ୍ଦ୍ର ସରକାରଙ୍କ ନିଜ ମନ ମୁତାବକ ଆହୁରି ଅଧିକ କଣ୍ଟେଣ୍ଟ ହଟେଇବା ପାଇଁ ଦିର୍ଦ୍ଦେଶ ଦେବେ।

Share