ଧରିତ୍ରୀ ପ୍ରଭାବ: ହଟିଲା ସୁନ୍ଦରଗଡ଼ ଲୋଗୋ

କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଡିଏମ୍‌ଏଫ୍‌ (ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ) ଅର୍ଥରେ କିଣାଯାଇଥିବା ମୋବାଇଲ ମେଡିକାଲ ୟୁନିଟ୍‌ (ଆମ୍ବୁଲାନ୍ସ) ଗାଡ଼ି କାର୍ଯ୍ୟକ୍ଷମ ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ଏଥିସହ ଉକ୍ତ ଆମ୍ବୁଲାନ୍ସରେ ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ଲୋଗୋ ଲଗାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ପୁରୁଣା ଲୋଗୋକୁ ହଟାଯାଇ କେନ୍ଦୁଝର ଡିଏମ୍‌ଏଫ୍‌ର ଲୋଗୋ ଲଗାଯାଇଥିବା ଦେଖାଯାଇଛି। ଲୋଗୋ ପରିବର୍ତ୍ତନ ହୋଇଥିଲେ ହେଁ ଗାଡ଼ି ଲୋକାର୍ପଣ କେବେ ହେବ ସୂଚନା ଦିଆଯାଇ ନ ଥିବାରୁ ଅନିଶ୍ଚିତତା ଦେଖାଯାଇଛି।
ପ୍ରକାଶ ଯେ, ଦୀର୍ଘ ପ୍ରାୟ ୯ ମାସ ହେବ କେନ୍ଦୁଝର ଜିଲାର ୧୩ ବ୍ଲକ୍‌ ପାଇଁ ୧୩ ମୋବାଇଲ ଆମ୍ବୁଲାନ୍ସ ୟୁନିଟ୍‌ ଗାଡ଼ି ଡିଏମ୍‌ଏଫ୍‌ ପକ୍ଷରୁ କିଣାଯାଇଥିଲା। ଆମ୍ବୁଲାନ୍ସ ବ୍ଲକ୍‌ସ୍ତରରେ ରହିବ ଏବଂ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରିବ। ଏଥିପାଇଁ ପ୍ରତ୍ୟେକ ଗାଡ଼ିରେ ଚିକିତ୍ସା ସରଞ୍ଜାମ, ଜଣେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ରହିବା ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ବ୍ୟବହାର ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଡ଼ିରହିଛି। ବିଭିନ୍ନ ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ କିଣାଯାଇଥିଲେ ହେଁ ପକାଇ ରଖାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରଶାସନ ପକ୍ଷରୁ ଗାଡ଼ିରେ ଲାଗିଥିବା ସୁନ୍ଦରଗଡ ଡିଏମ୍‌ଏଫ୍‌ ଲୋଗୋକୁ ହଟାଇ କେନ୍ଦୁଝର ଡିଏମ୍‌ଏଫ୍‌ ଲୋଗୋ ଲଗାଇ ଦେଇଥିଲେ ହେଁ ଗାଡ଼ି କେବେ ଲୋକାର୍ପଣ ହେବ ତାହାକୁ ନେଇ ଠିକ୍‌ ସୂଚନା ମିଳିନାହିଁ। ଫଳରେ ଗାଡ଼ିଗୁଡ଼ିକର ଫ୍ରି ସର୍ଭିସିଂ ସମୟ ସରିଯାଉଥିବାରୁ ନ ଚାଲିଲେ ବ୍ୟାପକ କ୍ଷତିହେବା ଆଶଙ୍କା ରହିଛି। ଆବଶ୍ୟକତା ନ ଥିଲେ କାହିଁକି ବ୍ୟୟ ବହୁଳ ଖର୍ଚ୍ଚ କରାଗଲା। ତୁରନ୍ତ ବ୍ୟବହାର କରାଯାଇ ନ ଥିବା ଏବଂ ଟ୍ରଷ୍ଟ ବୋର୍ଡ ଅନୁମୋଦନରେ ଓ ଟେଣ୍ଡର କରି କିଣାଯାଇଛି କି ନାହିଁ ସେସବୁର ତଦନ୍ତ ଜିଲାପାଳ କରିବାକୁ ଦାବି ହେଉଛି।  ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ଦାବିକରି ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାମାଜିକ କର୍ମୀ ଲିଖିତ ଅଭିଯୋଗ (ରେଫରେନ୍ସ ନମ୍ବର ସିଏମ୍‌ଓ ୨୦୨୪୭୨୫୨୪୩) କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri