ବରଗଡ଼ ଅଫିସ,୨୦।୪: ବରଗଡ଼ ଜିଲା ରାଜୋରାସମ୍ବର ବ୍ଲକ ଅନ୍ତର୍ଗତ ଟାଲ ଗ୍ରାମକୁ ମଙ୍ଗଳବାରରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସ୍ଥାନୀୟ ସରପଞ୍ଚ ସୌକିଲାଲ ସେଠ୍ ଏକ ବିଜ୍ଞପ୍ତିରେ ଏ ନେଇ ସୂଚନା ଦେଇଛନ୍ତି । ମଙ୍ଗଳବାର ପୂର୍ବାହ୍ନ ୯ଟାରୁ ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳଭାବେ ଏହି ଗ୍ରାମ ରହିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଗ୍ରାମର ପ୍ରବେଶ ପଥରେ ଅସ୍ଥାୟୀ ଫାଟକ ଦିଆଯାଇ ଥିବାବେଳେ ସାମାଜିକ ଦୂରତ୍ୱ ଅବଲମ୍ବନ ସହିତ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ଉକ୍ତ ଗ୍ରାମରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଫଳରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏବଂ ଗ୍ରାମବାସୀ ଏଥିରେ ସହଯୋଗ କରିବା ପାଇଁ ସରପଞ୍ଚ ସେଠ୍ ବିଜ୍ଞପ୍ତିରେ ଅନୁରୋଧ କରିଛନ୍ତି ।