ଜି.ଉଦୟଗିରି,୧୮।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ମହାଗୁଡ଼ାସାହିରୁ ଜଣେ ସ୍ଥାନୀୟ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସହ ଉକ୍ତ ଜୋନ୍ର ଘରଘର ବୁଲି ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏହା ସହିତ ଥଣ୍ଡା, କାଶ, ଜ୍ୱର ଆଦି ଲକ୍ଷଣ ଥିବା ଲୋକଙ୍କ ସ୍ବାବ ସଂଗ୍ରହ କରାଯାଉଛି। ଏହି କାଯ୍ୟରେ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣି ମମତା ପ୍ରଧାନ, ବହୁମୂଖୀ ସ୍ବାସ୍ଥ୍ୟ ପରିଦର୍ଶକ ନେତ୍ର ମଲିକ, ମହିଳା ସ୍ବାସ୍ଥ୍ୟ କର୍ମି ଅଙ୍କିତା ପଟ୍ଟନାୟକ ପ୍ରମୁଖ ନିଯୋଜିତ ଅଛନ୍ତି। ଦୁଇ ଦିନରେ ୫୦୦ରୁ ଅଧିକ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିବା ବେଳେ ଲକ୍ଷଣ ଦେଖାଦେଇଥିବା ୬ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି ବୋଲି ପିଏଚଇଓ କହିଛନ୍ତି।
ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବାରୁ ଲୋକମାନେ ଜରୁରୀ ସାମଗ୍ରୀ କିଣି ନପାରି ଅସୁବିଧାରେ ସମ୍ମୁଖିନ ମଧ୍ୟ ହୋଇଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କୁ ସହଯୋଗ କରାଯିବ ବୋଲି ଏନଏସି ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର କହିଛନ୍ତି ।