ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର,୨।୭: ଭୁବନେଶ୍ୱର ସାମପୁର ଓ୍ବାର୍ଡ ନମ୍ବର-୨୩ ସ୍ଥିତ ଜିମଖାନା ପାମ୍‌ ହାଇଟ୍‌ ଆପାର୍ଟମେଣ୍ଟର ବ୍ଲକ ‘ଇ’କୁ ସିଲ କରିଛି ବିଏମ୍‌ସି। ଉକ୍ତ ବ୍ଳକରୁ ଏକାଧିକ କୋଭିଡ୍‌ ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ବିଏମ୍‌ସି ପକ୍ଷରୁ ଆପାର୍ଟମେଣ୍ଟକୁ ସିଲ୍‌ କରାଯାଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

କଣ୍ଟେନମେଣ୍ଟ ଜୋନ ନ ହଟିବା ପର୍ଯ୍ୟନ୍ତ ସେଠାରେ ଥିବା ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଏମ୍‌ସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିସହ ଏହି ଜୋନ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଓ ଭିତରେ ଥିବା ଲୋକଙ୍କ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Share