Advertisement

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ ନୀଳମାଧବ ଜୀଉଙ୍କ ମନ୍ଦିର ବ୍ରହ୍ମାଦ୍ରି ଓ ପଦ୍ମାଦ୍ରି ପାହାଡ ଉପରେ ଅବସ୍ଥିତ। ପାହାଡ ତଟଦେଶ ମହାନଦୀକୁ ଲାଗି କଣ୍ଟିଲୋ ଗାଁ ଅବସ୍ଥିତ। ନଦୀ ଗର୍ଭଠାରୁ ପାହାଡ଼ର ଉଚ୍ଚତା ପ୍ରାୟ ୨ଶହ ଫୁଟ। ଭୁବନେଶ୍ୱରଠାରୁ ବାଘମାରୀ ଫତେଗଡ ଦେଇ କଣ୍ଟିଲୋର ଦୂରତ୍ୱ ୮୦ କି.ମି. ହୋଇଥିବାବେଳେ ଭୁବନେଶ୍ୱରଠାରୁ ନୟାଗଡ ଦେଇ ଗଲେ ୧୩୦ କି.ମି. ପଡ଼ିଥାଏ। ନୟାଗଡ ସହରରୁ କଣ୍ଟିଲୋ ଦୂରତ୍ୱ ୩୦ କି.ମି.। ପୁରୀ ଶ୍ରୀକ୍ଷେତ୍ର ଅଧିପତି ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ପରି ନୀଳମାଧବ
ଜୀଉଙ୍କ ବାର ମାସରେ ତେର ଯାତ୍ରା ପାଳିତ ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share