ଭୁବନେଶ୍ୱର,୧୩ା୪(ବ୍ୟୁରୋ): ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ। ଫଳରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଧାରଣା ସ୍ଥଗିତ ହୋଇଛି। ନିୟମିତ ଦାବିରେ ୧୩ ଦିନ ଧରି ଧାରଣାରେ ବସିଥିଲା ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ତେବେ ୧୮୦୦୦ରୁ ଊର୍ଦ୍ଧ୍ୱ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ-ଶିକ୍ଷକ ନିୟମିତ ହୋଇଛନ୍ତି।
ଏନେଇ ସଂଘର ସଭାପତି ପଞ୍ଚାନନ ଜେନା, ସମ୍ପାଦକ ସତ୍ୟଭୂଷଣ ତରାଇ,ଉପଦେଷ୍ଟା ବିଶ୍ୱଜିତ୍ ବିଶ୍ୱାଳ,ଦାମୋଦର ମହାନନ୍ଦ,ବିନୋଦ ମିଶ୍ର, ବସନ୍ତ କୌଶଲ୍ୟ,ମାନସ ପୁହାଣ,ଟିକିନା ସାହୁ, ମୌଡି ଇନ୍ଦ୍ରସେନ, ଜିକରିଆ ସବର, ପ୍ରତାପ ସାମଲ, ଶାନ୍ତୁନୁ ଦାସ, ପ୍ରିୟବ୍ରତ ବେହେରା, ମନୋହର ଦାସ, ଦିଲୁ ସାହୁ, ମାନସ ସାହୁ,ରଶ୍ମି ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।