Posted inଜାତୀୟ

ଓଟିଟି ଉପରେ ଅଙ୍କୁଶ: ସୋସିଆଲ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବ କେନ୍ଦ୍ର

ନୂଆଦିଲ୍ଲୀ,୨୬ା୨:ଦେଶରେ ଅଭିବ୍ୟକ୍ତି ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବାବେଳେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ମିଡିଆ ଅର୍ଗାନାଇଜେଶନ ଏବଂ ଓଭର ଦି ଟପ୍‌ (ଓଟିଟି) ଷ୍ଟ୍ରିମିଂ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ବଡ଼ ବଡ଼ ଟେକ୍ନୋଲୋଜି ଫାର୍ମଗୁଡ଼ିକୁ ଲଗାମ କଷିବା ପାଇଁ ପୂର୍ବ ଆଇନରେ ସଂଶୋଧନ ଅଣାଯାଇ ଚିଠା ପ୍ରସ୍ତୁତ କରାଯାଇଛି। ଇନ୍‌ଫର୍ମେଶନ ଟେକ୍ନୋଲୋଜି (ଗାଇଡ୍‌ଲାଇନ୍ସ ଫର୍‌ ଇଣ୍ଟରମେଡିଆରିଜ୍‌ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ, ୨୦୨୧ ଶୀର୍ଷକ ଏହି ଚିଠା ରିପୋର୍ଟରେ ଅନ୍‌ଲାଇନ୍‌ ମିଡିଆ ନିୟନ୍ତ୍ରଣ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି। କୌଣସି ପୋଷ୍ଟ ପ୍ରଥମେ କେଉଁଠୁ ବାହାରିଛି ତାକୁ ଠାବ ଓ ବ୍ଲକ୍‌ କରିବା ଲାଗି ଏକ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ନିମନ୍ତେ କ୍ଷମତା ପ୍ରଦାନ ଲାଗି ଏଥିରେ ନିୟମ ରହିଛି।

ଓଭର ଦି ଟପ୍‌ (ଓଟିଟି) ଏବଂ ସୋସିଆଲ ମିଡିଆ ପାର୍ଟଫର୍ମଗୁଡ଼ିକୁ ଭାରତୀୟ ଆଇନ ପ୍ରତି ଅଧିକ ଉତ୍ତରଦାୟୀ କରିବା ଲାଗି ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମରେ ସଂଶୋଧନ ଅଣାଯିବ ବୋଲି କେନ୍ଦ୍ର ସରକାର ପୂର୍ବରୁ ପାର୍ଲାମେଣ୍ଟରେ ସୂଚନା ଦେଇଥିଲେ। ଏବେ ପ୍ରସ୍ତାବିତ ଆଇନର ଚିଠା ପ୍ରସ୍ତୁତ ହୋଇଛି। ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କିତ ଗାଇଡ୍‌ଲାଇନ୍‌ ଉପସ୍ଥାପନ କରିଛନ୍ତି। ରବିଶଙ୍କର କହିଛନ୍ତି, ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଭାରତରେ ବ୍ୟବସାୟ କରିବା ଲାଗି ସ୍ବାଗତ କରାଯାଉଛି। କିନ୍ତୁ ସେଗୁଡ଼ିକ ଦୋମୁହଁା ଆଭିମୁଖ୍ୟ ଗ୍ରହଣ କରିବା ଅନୁଚିତ। କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀଙ୍କ ପକ୍ଷରୁ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରାଯାଉଥିବାବେଳେ ନୂଆଦିଲ୍ଲୀର ଲାଲକିଲ୍ଲା ହିଂସାକୁ ଇଙ୍ଗିତ କରି ରବିଶଙ୍କର ଏହି ମନ୍ତବ୍ୟ ଦେଇଥିବା କୁହାଯାଉଛି।
ପ୍ରସ୍ତାବିତ ଆଇନ ଅନୁସାରେ ତ୍ରିସ୍ତରୀୟ ନିୟନ୍ତ୍ରଣର ପ୍ରଥମ ପର୍ଯ୍ୟାୟ ନିୟାମକ ବ୍ୟବସ୍ଥା ହେଉଛି କମ୍ପାନୀର ନିଜସ୍ବ ଅଭିଯୋଗ ଶୁଣାଣି। ଦ୍ୱିତୀୟ ସ୍ତରରେ ରହିଛି ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ଭଳି ଏକ ନିୟାମକ ସଂସ୍ଥା, ଯାହାର ମୁଖ୍ୟ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ। ସେହିପରି ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ଆଇଟି, ସୂଚନା ଓ ପ୍ରସାରଣ, ସ୍ବରାଷ୍ଟ୍ର, ଆଇନ, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରତିନିଧି ରହିବେ। ଚିଠା ନିୟମ ଅନୁସାରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଭାରତରେ ଜଣେ ଚିଫ୍‌ କମ୍ପ୍ଲିଆନ୍ସ ଅଫିସରଙ୍କୁ ନିଯୁକ୍ତ କରିବେ। କମ୍ପ୍ଲିଆନ୍ସ ବା ଆଦେଶ ପାଳନ ସମ୍ପର୍କିତ ପ୍ରସଙ୍ଗ ପାଇଁ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ। ଯଦି ଇଣ୍ଟରମିଡିଆରି ବା ମଧ୍ୟସ୍ଥ ନିଜ କର୍ତ୍ତବ୍ୟ ପାଳନ ବେଳେ କଡ଼ା ନିରୀକ୍ଷଣ କରିବାରେ ବିଫଳ ହୁଅନ୍ତି, ତେବେ କମ୍ପ୍ଲିଆନ୍ସ ଅଫିସରଙ୍କୁ ସେଥିପାଇଁ ଉତ୍ତରଦାୟୀ କରାଯିବ। ସେହିପରି ସ୍ଥାନୀୟ ସ୍ତରରେ ଯୋଗାଯୋଗ ପାଇଁ ଜଣେ ନୋଡାଲ କଣ୍ଟାକ୍ଟ ପର୍ସନ ଏବଂ ରେସିଡେଣ୍ଟ ଗ୍ରିଭାନ୍ସ ଅଫିସରଙ୍କୁ କମ୍ପାନୀ ନିଯୁକ୍ତି ଦେବାକୁ ବାଧ୍ୟ। କୌଣସି ପୋଷ୍ଟ ଉପରେ ଆପତ୍ତି ଥିଲେ ନୋଡାଲ କଣ୍ଟାକ୍ଟ ପର୍ସନଙ୍କ ସହ ଯୋଗାଯୋଗ କରାଯିବ। ସେହିପରି ଗ୍ରିଭାନ୍ସ ଅଫିସର ୨୪ ଘଣ୍ଟା ମଧ୍ୟରେ ଶୁଣାଣି ପଞ୍ଜୀକରଣ କରି ୧୫ ଦିନ ଭିତରେ ତା’ର ଫଇସଲା କରିବେ। ଏହାସହ ସୋସିଆଲ ମିଡିଆ ଇଣ୍ଟରମିଡିଆରିଗୁଡ଼ିକ ଫେକ୍‌ ନ୍ୟୁଜ୍‌ ରୋକିବା ପାଇଁ କୌଣସି ତଥ୍ୟ ବା ସୂଚନା ପୋଷ୍ଟ କରିଥିବା ମୂଳ ବ୍ୟକ୍ତିଙ୍କୁ ଚିହ୍ନଟ କରି ବିବାଦୀୟ ପୋଷ୍ଟର ବିସ୍ତୃତ ତଥ୍ୟ ଜଣାଇବେ। ଫେସ୍‌ବୁକ୍‌ ଓ ଟୁଇଟର ଭଳି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ଯଥାଶୀଘ୍ର ବିବାଦୀୟ ପୋଷ୍ଟ ହଟାଇବେ। ଏଥିପାଇଁ ସେମାନେ ସରକାରଙ୍କ କିମ୍ବା ଆଇନଗତ ନିର୍ଦ୍ଦେଶନାମା ଜାରି ହେବାର ୩୬ ଘଣ୍ଟାରୁ ଅଧିକ ସମୟ ନେବେ ନାହିଁ। ମହିଳାମାନଙ୍କ ମର୍ଯ୍ୟାଦା ଓ ସାଧାରଣ ୟୁଜର୍ସଙ୍କୁ ସଶକ୍ତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକ ଆମତ୍ନିୟାମକ ସଂସ୍ଥା ଦ୍ୱାରା ପରିଚାଳିତ ହେବେ। ବୟସ ଅନୁସାରେ କେଉଁ କଣ୍ଟେଣ୍ଟ କିଏ ଦେଖିପାରିବେ ସେନେଇ ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମ ବର୍ଗୀକୃତ କରିବେ।

ଗାଇଡ୍‌ଲାଇନରେ
କ’ଣ ଅଛି
ସୋସିଆଲ ମିଡିଆ ଇଣ୍ଟରମିଡିଆରିଗୁଡ଼ିକ ନିଜର ଜଣେ ଗ୍ରିଭାନ୍ସ ଅଫିସରଙ୍କୁ ନିଯୁକ୍ତି ଦେବେ, ଯିଏକି ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ପଞ୍ଜୀକରଣ କରିବେ।
ନଗ୍ନତା ଥିବା ଓ ପରିବର୍ତ୍ତନ କରାଯାଇଥିବା ମହିଳାଙ୍କ ଫଟୋଗୁଡ଼ିକୁ ୨୪ ଘଣ୍ଟା ଭିତରେ ହଟାଇବାକୁ ପଡ଼ିବ।
ପ୍ରିଣ୍ଟ ମିଡିଆ ଭଳି ଡିଜିଟାଲ ମିଡିଆକୁ ମଧ୍ୟ ପ୍ରେସ୍‌ କାଉନ୍‌ସିଲ କୋଡ୍‌ ମାନିବାକୁ ପଡ଼ିବ।
ତ୍ରିସ୍ତରୀୟ ବ୍ୟବସ୍ଥା ଅନୁସାରେ ଓଟିଟି ଏବଂ ଡିଜିଟାଲ ନ୍ୟୁଜ୍‌ ମିଡିଆଗୁଡ଼ିକୁ ସେମାନଙ୍କ ବିବରଣୀ ପ୍ରଦାନ କରିବାକୁ ପଡ଼ିବ।
ସମସ୍ତ ମିଡିଆ ପ୍ଲାଟ୍‌ଫର୍ମର ସମାନ ନ୍ୟାୟ ବ୍ୟବସ୍ଥା ରହିବା ଜରୁରୀ।
ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ବିବାଦୀୟ ଟୁଇଟ୍‌ ବା ପୋଷ୍ଟକୁ ଛାଡ଼ିଥିବା ମୂଳ ବ୍ୟକ୍ତିଙ୍କ ନାମ ପ୍ରଘଟ କରିବାକୁ ବାଧ୍ୟ।
ବର୍ତ୍ତମାନଠାରୁ ୩ ମାସ ମଧ୍ୟରେ ଏହି ଗାଇଡ୍‌ଲାଇନ୍‌ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ପାତାଳରେ ରହିଲେ ବି ବଞ୍ଚି ପାରିବ ନାହିଁ ଚାଇନା-ପାକିସ୍ତାନ! ଡିଲ ପକ୍କା କରିବେ ଡୋଭାଲ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏଭଳି ଚୁକ୍ତି ହେବାକୁ ଯାଉଛି, ଯାହାକୁ ଶୁଣିଲେ ପାତାଳରେ ଥିବା ଶତ୍ରୁମାନଙ୍କର ଦାନ୍ତବି ଖଟା ହୋଇଯିବ। ଭାରତର କୂଟନୈତିକ,...

ଲେବାନନରେ ଫୁଟିଲା ପେଜର ବୋମା, ଭାରତରେ ବଢିଲା ସୁନାର ଦାମ!

ନୂଆଦିଲ୍ଲୀ,୨୩।୯: ପୁଣିଥରେ ସୁନା ଦର ବୃଦ୍ଧି ଭାରତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ...

ଘୃଣା ଦ୍ୱାରା କେହି ଉପକୃତ ହୁଅନ୍ତି ନାହିଁ, କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୩ା୯: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ସୁରନକୋଟରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ମୋବାଇଲରେ ଏମିତି ଭିଡିଓ ମିଳିଲେ ଏବେ ସିଧା ଯିବେ ଜେଲ, ସିଜେଆଇଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୯: ଯଦି ଆପଣଙ୍କ ଫୋନରେ ଶିଶୁ ଅଶ୍ଳୀଳତା ବା ଚାଇଲ୍ଡ ପର୍ନୋଗ୍ରାଫି ସମ୍ବନ୍ଧୀୟ ଭିଡିଓ ମିଳୁଛି, ତେବେ ଆପଣ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି...

ଦାୟିତ୍ୱ ଗ୍ରହଣ କଲେ ଆତିଶୀ, ହେଲେ ପାଖରେ କାହିଁକି ରଖିଲେ ଖାଲି ଚୌକି, କହିଲେ ଏମିତି କଥା

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ...

ମଥୁରା-ବୃନ୍ଦାବନ ପ୍ରସାଦର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ଡିମ୍ପଲ

ଲକ୍ଷ୍ନୌ,୨୩।୯: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ‘ପ୍ରସାଦ’ରେ ପଶୁ ଚର୍ବି ମିଶ୍ରଣ ହେବାର ଖବର ଆସିବା ପରେ ମଥୁରାରେ ଖାଦ୍ୟ ଏବଂ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ପିଲାମାନଙ୍କ ସହ ଜଡିତ ଅଶ୍ଳିଳ ସାମଗ୍ରୀ ନିଜ ପାଖରେ ରଖିବା ଦଣ୍ଡନୀୟ ଅପରାଧ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପୋର୍ନୋଗ୍ରାଫି ସହ ଜଡିତ ସାମଗ୍ରୀ ଡାଉନଲୋଡ କରିବା ଏବଂ ଏହାକୁ ନିଜ ପାଖରେ ରଖିବା ଏକ ଅପରାଧ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri