ବ୍ୟାପିପାରେ ଘାତକ ଲମ୍ପି ସ୍କିନ୍‌ ରୋଗ; ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୧୭।୯(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରିଥିବା ଘାତକ ଲମ୍ପି ସ୍କିନ(ଚର୍ମ ବିଣ୍ଡି) ରୋଗ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାରଠାରୁ ପଡୋଶୀ ଦୁଇ ରାଜ୍ୟ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ସୀମାକୁ ଲାଗିଥିବା ଗୋରୁ ହାଟ ବନ୍ଦ କରାଯାଇଛି। ଏଥିସହ ରୋଗର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ନେଇ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ରାଜ୍ୟରେ ଗୋରୁ ଓ ମଇଁଷିମାନଙ୍କ ଦେହରେ ଚର୍ମ ବିଣ୍ଡି ରୋଗର ସମ୍ଭାବ୍ୟ ବ୍ୟାପିବା ଓ ମୁକାବିଲା ପାଇଁ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ଦୁଇଟି ସିଫ୍ଟରେ (ସକାଳ ୮ଟାରୁ ସା ୭) ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ତଳ ମହଲାରେ କଣ୍ଟ୍ରୋଲ ରୁମ ଆଜିଠାରୁ କାର୍ଯ୍ୟ କରୁଛି। କଣ୍ଟ୍ରୋଲ ରୁମର ଟେଲିଫୋନ ନମ୍ବର ହେଉଛି ୦୬୭୧-୨୪୧୪୩୧୦ ଏବଂ ୭୨୦୫୫୯୮୧୨୫ । ସୀମାନ୍ତ ୧୪ ଜିଲାରେ କୌଣସି ଗୋରୁ ଓ ମଇଁଷି ଲମ୍ପି ସ୍କିନ ରୋଗରେ ଆକ୍ରାନ୍ତ ହେଲେ, ଉପରୋକ୍ତ ନମ୍ବରରେ ଫୋନ କରି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇପାରିବ ବୋଲି ମନ୍ତ୍ରୀ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

Share