ବସ୍ତୁକୁ ନ ଛୁଇଁ ନିୟନ୍ତ୍ରଣ

ଓ୍ବାଶିଂଟନ୍‌,୮।୧୨ : ବସ୍ତୁକୁ ସ୍ପର୍ଶ ନ କରି ତାକୁ ନିଜ ନିୟନ୍ତ୍ରଣକୁ ଆଣିବା କେବଳ ଫିଲ୍ମ କିମ୍ବା ମ୍ୟାଜିକ୍‌ ଶୋ’ଗୁଡ଼ିକରେ ଦେଖିବାକୁ ମିଳେ। ଫିଲ୍ମରେ ପ୍ରଦର୍ଶିତ ସିନ୍‌ସବୁ କମ୍ପ୍ୟୁଟରାଇଜ୍‌ କରାଯାଇଥିବାବେଳେ ବିଭିନ୍ନ ପ୍ରକାର ଯାଦୁ ଦେଖାଇବା ପାଇଁ ମ୍ୟାଜିସିଆନ୍‌ଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। କିନ୍ତୁ ଏବେ ସତ ସତିକା ବିନା ସ୍ପର୍ଶରେ ବସ୍ତୁକୁ ସ୍ଥାନାନ୍ତର ବା ନିଜ ନିୟନ୍ତ୍ରଣକୁ ଆଣିବା ସମ୍ଭବ ହେବ। ଆମେରିକାର ମିନେସୋଟା ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ମୁତାବକ, ଅଲ୍‌ଟ୍ରା ସାଉଣ୍ଡ୍‌ ଓ୍ବେଭ୍‌ ଜରିଆରେ ଯେକୌଣସି ବସ୍ତୁକୁ ନିୟନ୍ତ୍ରଣ କରାଯାଇ ପାରିବ। ଓପନ୍‌ ଆସେସ୍‌ ସାଇଣ୍ଟିଫିକ୍‌ ଜର୍ନାଲ୍‌ ନେଚର କମ୍ୟୁନିକେଶନ୍‌ରେ ଗବେଷଣା ସମ୍ବଳିତ ବିସ୍ତୃତ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ମିନେସୋଟା ୟୁନିଭର୍ସିଟି ଗବେଷକ ସାଉଣ୍ଡ ଏବଂ ଲାଇଟ ଓ୍ବେଭ୍‌ (ଶବ୍ଦ-ଆଲୋକ ତରଙ୍ଗ) ବ୍ୟବହାର କରି ଏକ ପଦ୍ଧତି ପ୍ରସ୍ତୁତ କରିଛନ୍ତି, ଯାହାର ବ୍ୟବହାର ଫଳରେ ବସ୍ତୁକୁ ନିୟନ୍ତ୍ରଣକୁ ଅଣାଯାଇପାରିବ। ବଡ଼ ବଡ଼ କମ୍ପାନୀ ରୋବୋଟିକ୍‌ ମେଥଡ୍‌ ପ୍ରୟୋଗ କରି ଅଧିକାଂଶ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଅଲଟ୍ରା ସାଉଣ୍ଡ ଓ୍ବେଭ୍‌ ମେଥଡ୍‌ ଜରିଆରେ ମଧ୍ୟ ଅନେକ କାମ କରାଯାଇପାରିବ।

ଏଥିପାଇଁ ହାତର ବ୍ୟବହାର ଅନାବଶ୍ୟକ। ଯେଉଁ ବସ୍ତୁର ଆୟତନ ସାଉଣ୍ଡ ଏବଂ ଲାଇଟ୍‌ ଓ୍ବେଭ୍‌ ତୁଳନାରେ କମ୍‌ ତାକୁ ସହଜରେ ନିୟନ୍ତ୍ରଣ କରାଯିବ ବୋଲି ଗବେଷଣାରୁ ଜଣାପଡ଼ିଛି। ମେଟାମାଟେରିଆଲ ଫିଜିକ୍ସ ବ୍ୟବହାର ଦ୍ୱାରା ବିଶାଳକାୟ ବସ୍ତୁକୁ ସ୍ଥାନାନ୍ତର କରିବା ସମ୍ଭବ।

ଶବ୍ଦ କିମ୍ବା ଆଲୋକ ତରଙ୍ଗକୁ ବ୍ୟବହାର କରି କୌଣସି ବସ୍ତୁ ଉପରେ ମେଟାମାଟେରିଆଲ ଫିଜିକ୍ସ ପ୍ରୟୋଗ କଲେ ତାହା ସ୍ବତଃ ସ୍ଥାନାନ୍ତରିତ ହୋଇଥାଏ। ଯେକୌଣସି ବସ୍ତୁର ସର୍‌ଫେସ୍‌ (ବାହାରପାର୍ଶ୍ୱ)କୁ ମେଟାସରଫେସ୍‌ରେ ପରିଣତ କରିବା ଦ୍ୱାରା ସେହି ବସ୍ତୁକୁ ସହଜରେ ନିୟନ୍ତ୍ରଣକୁ ଅଣାଯାଇପାରିବ ବୋଲି ମିନେସୋଟା ୟୁନିଭର୍ସିଟିର ମେକାନିକାଲ ଇଞ୍ଜିନିୟରିଂ ପ୍ରଫେସର ମେଞ୍ଜାମିନ ମହଗ୍‌ କହିଛନ୍ତି। ବିରାଟରୁ ଅତି ବିଶାଳ ବସ୍ତୁକୁ ଯେପରି ଏହି ମେଥଡ୍‌ ଜରିଆରେ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଗବେଷକମାନେ ଅଧ୍ୟୟନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର

ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳରେ ପବନର...

ଲସ୍‌ଏଞ୍ଜେଲ୍ସ ବନାଗ୍ନି ମହାକାଶରୁ ଦୃଶ୍ୟମାନ

ଲସ୍‌ଏଞ୍ଜେଲ୍ସ,୧୦।୧: ଆମେରିକାର କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଜଙ୍ଗଲରେ ଲାଗିଥିବା ନିଅଁା ଏତେ ଭୟାବହ ଯେ, ଏହା ମହାକାଶରୁ ଦୃଶ୍ୟମାନ ହେଉଛି। ତୁହାକୁ ତୁହା...

ନାଚାର ପାଲଟି ଗଲାଣି ସୁପରପାଓ୍ବାର ଆମେରିକା, ପ୍ରକୃତିର କୋପରେ…

ଓ୍ବାଶିଂଟନ,୯।୧: ଲସ ଆଞ୍ଜେଲସରେ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି, ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ଜୀବନ ଗଲାଣି। ଶହ...

କାହିଁକି ପାଳନ କରାଯାଏ ବିଶ୍ୱ ହିନ୍ଦୀ ଦିବସ, ଜାଣନ୍ତୁ ଏହା ପଛର କଥା…

ପ୍ରତିବର୍ଷ ୧୦ ଜାନୁଆରୀକୁ ସାରା ବିଶ୍ୱରେ ‘ବିଶ୍ୱ ହିନ୍ଦୀ ଦିବସ’ ଭାବରେ ପାଳନ କରାଯାଏ। କେବଳ ଭାରତ ନୁହେଁ ବରଂ ଅନେକ ଦେଶ ଏହି ଉତ୍ସବରେ...

ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, କୋର୍ଟ ନେଲେ ଏହି ନିଷ୍ପତ୍ତି

ଓଟାଓ୍ବା,୯।୧: ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋ ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି। କାନାଡାର ସୁପ୍ରିମକୋର୍ଟ ମାମଲାର ସମସ୍ତ ଚାରି ଅଭିଯୁକ୍ତଙ୍କୁ...

୧୯ ବର୍ଷ ପରେ ଅଦ୍ଭୁତ ସଂଯୋଗ: ମକର ସଂକ୍ରାନ୍ତିରେ କରନ୍ତୁ ଏହି କାମ, ସୂର୍ଯ୍ୟ- ଶନିଦେବ ହେବେ ଅତ୍ୟନ୍ତ ଖୁସି

ହିନ୍ଦୁଧର୍ମରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଯେତେବେଳେ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି...

ଶେଖ ହାସିନାଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲେ ବାଂଲାଦେଶ ସରକାର, ବଢିପାରେ ଅଡୁଆ…

ଢାକା,୯।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗଳବାର କହିଛନ୍ତି ଯେ ସେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଅନ୍ୟ ୯୬ ଜଣଙ୍କ ପାସପୋର୍ଟ ବାତିଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri