Categories: ଜାତୀୟ

ଖୁସବୁ ସୁନ୍ଦରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପଡ଼ିଲା ମହଙ୍ଗା, ଡିଏମକେରୁ ବହିଷ୍କୃତ ହେେଊ ଶିବାଜୀ କୃଷ୍ଣମୂର୍ତ୍ତି…

ଚେନ୍ନାଇ,୧୮।୬ : ଡିଏମକେ ନେତା ତଥା ମୁଖପାତ୍ର ଶିବାଜୀ କୃଷ୍ଣମୂର୍ତ୍ତିଙ୍କ ବିରୋଧରେ ଦଳ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡିଏମକେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ତାମିଲନାଡୁ ଭାଜପା ନେତା ଖୁସବୁ ସୁନ୍ଦରଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଶିବାଜୀଙ୍କୁ ମହଙ୍ଗା ପଡ଼ିଛି।

ଏନେଇ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାପୂର୍ବରୁ ଭାଜପାର କ୍ରୀଡ଼ା ଏବଂ ଦକ୍ଷତା ବିକାଶ ସେଲର ରାଜ୍ୟ ସଭାପତି ଅମର ପ୍ରସାଦ ରେଡ୍ଡୀ ଶିବାଜୀ କୃଷ୍ଣମୂର୍ତ୍ତିଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଥିଲେ।

Share