ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ: ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ

ମାଲେ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ଉପହାସ କରୁଥିବା ନେଇ ବିବାଦ ଉପରେ ମାଳଦ୍ୱୀପ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ସରକାର ମନ୍ତ୍ରୀ ମରିୟମ ଶିଆନା, ମାଲଶା ଏବଂ ହାସନ ଜିହାନଙ୍କୁ ନିଲମ୍ବିତ କରିଛନ୍ତି।
ଭାରତ ଆନୁଷ୍ଠାନିକ ଭାବେ ମାଳଦ୍ୱୀପ ସରକାରଙ୍କ ସହ ଏହି ପ୍ରସଙ୍ଗ ଉଠାଇଥିଲା। ଏହା ଉପରେ ମାଳଦ୍ୱୀପ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପ ମନ୍ତ୍ରୀ (ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ) ମରିୟମ ଶିଆନା, ଉପ ମନ୍ତ୍ରୀ (ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ) ହାସନ ଜିହାନ ଏବଂ ଉପ ମନ୍ତ୍ରୀ ମାଲଶା (ଯୁବ ସଶକ୍ତିକରଣ, ସୂଚନା ଏବଂ କଳା ମନ୍ତ୍ରଣାଳୟ)ଙ୍କୁ ନିଲମ୍ବିତ କରିଛନ୍ତି।
ମହମ୍ମଦ ମୁଇଜୁଙ୍କ ନୂତନ ସରକାର ଆସିବା ପରେ ମାଳଦ୍ୱୀପ ସହ ଭାରତର ସମ୍ପର୍କ ବିଗିଡି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତ ସମୟରେ ଶେୟାର ହୋଇଥିବା କିଛି ଫଟୋ ଉପରେ ବିବାଦୀୟ ଉପରୋକ୍ତ ନେତା ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବିଳାସପୂର୍ଣ୍ଣ କାର୍‌ରେ ବିସ୍ଫୋରଣ: ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଜେଲେନସ୍କି

କ୍ୱିଭ୍‌,୩୦ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାଫଲାରେ ଥିବା ଏକ ବିଳାସପୂର୍ଣ୍ଣ କାର୍‌ରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ରୁଷିଆ ଗୋଇନ୍ଦା ସଂସ୍ଥା ଏଫ୍‌ଏସ୍‌ବିର ମୁଖ୍ୟାଳୟ...

ବିକ୍ରି ହୋଇଗଲା X, ମସ୍କଙ୍କ ଠାରୁ 28,23,43,71,00,00ଟଙ୍କାରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୩୦।୩: ଏଲନ ମସ୍କ ତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ। ଏଥର ମଧ୍ୟ ସେ ଏପରି ଏକ ନିଷ୍ପତ୍ତି...

Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ...

ସୌଦି ଆରବରେ ଦେଖାଗଲା ଇଦ ଚାନ୍ଦ, ଜାଣନ୍ତୁ ଭାରତରେ କେବେ ପାଳନ ହେବ ଇଦ-ଉଲ-ଫିତର

ରିୟାଦ/ନୂଆଦିଲ୍ଲୀ,୨୯।୩: ସୌଦି ଆରବରେ ଶନିବାର (୨୯ ମାର୍ଚ୍ଚ, ୨୦୨୫) ଇଦର ଚାନ୍ଦ ଦେଖାଯାଇଛି। ଏବେ ଏହି ପର୍ବ ସୌଦିରେ ୩୦ମାର୍ଚ୍ଚରେ ପାଳନ କରାଯିବ। ଭାରତରେ ଇଦ...

ମ୍ୟାନମାର ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୩୪୦୦ ଆହତ, ଅନେକେ ନିଖୋଜ

ନାପିଦାଉ,୨୯।୩: ମ୍ୟାନମାରରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏବେ ପର୍ଯ୍ୟନ୍ତ ୧,୬୪୪ ଜଣଙ୍କର ମୃତ୍ୟୁ ହେବା ସହ ୩,୪୦୮ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି।...

ଭୂକମ୍ପ ସମୟରେ ରାସ୍ତାରେ ଗର୍ଭବତୀଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର, ଭିଡିଓ ଭାଇରାଲ

ନାପିଦାଉ,୨୯।୩: ଶୁକ୍ରବାର (୨୮ ମାର୍ଚ୍ଚ) ସ୍ଥାନୀୟ ସମୟ ପ୍ରାୟ ୧୨:୫୦ ସମୟରେ ମ୍ୟାନମାରରେ ଦୁଇଟି ଶକ୍ତିଶାଳୀ ଏବଂ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର...

ଇଦରେ ଏହି ମୁସଲିମ ଦେଶରେ ହେବ ବଡ଼ ଆତଙ୍କବାଦୀ ଆକ୍ରମଣ! ନିଜ ନାଗରିକଙ୍କୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୯।୩: ଆମେରିକାର ବୈଦେଶିକ ବିଭାଗ ଶନିବାର (୨୯ ମାର୍ଚ୍ଚ, ୨୦୨୫) ସିରିଆରେ ଥିବା ଏହାର ନାଗରିକମାନଙ୍କୁ ଇଦ ଅଲ-ଫିତର ଛୁଟି ସମୟରେ ଆକ୍ରମଣର ବିପଦ ବିଷୟରେ...

ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image