Categories: ଜାତୀୟ

ଗୁଜରାଟର ବହୁ ସହରରେ କେଜରିଓ୍ବାଲଙ୍କ ବିବାଦୀୟ ପୋଷ୍ଟର, ଫେରିଯାଅ କେଜରିଓ୍ବାଲ…

ଅହମଦାବାଦ,୮।୧୦ : ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ଲଗାତାର ଗୁଜୁରାଟ ଗସ୍ତ କରୁଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବ ପରେ ଗୁଜରାଟରେ ମଧ୍ୟ ଦଳ ଜିତିବାକୁ ଚେଷ୍ଟା କରୁଛି। ସମ୍ପ୍ରତି ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ଅନେକ ପୋଷ୍ଟର-ବ୍ୟାନର ଲଗାଯାଇଛି ଯେଉଁଥିରେ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି କୁହାଯାଉଛି। ଏହି ପୋଷ୍ଟର-ବ୍ୟାନରରେ ତାଙ୍କୁ ଅନ୍ୟ ସମ୍ପ୍ରଦାୟର ଟୋପି ପିନ୍ଧିଥିବାର ଦେଖାଯାଇଛି ।

ପୋଷ୍ଟର-ବ୍ୟାନରରେ କେଜରିଓ୍ବାଲଙ୍କ ଫଟୋ ସହିତ ମୁଁ ହିନ୍ଦୁ ଧର୍ମକୁ ଏକ ପାଗଳ ଭାବନା ବୋଲି ମନେ କରେ ବୋଲି ଲେଖା ଯାଇଛି। ଅନ୍ୟ କେତେକ ବ୍ୟାନରରେ ହିନ୍ଦୁ ବିରୋଧୀ କେଜରିଓ୍ବାଲ ଫେରିଯାଅ ବୋଲି ସ୍ଲୋଗାନ ଲେଖାଯାଇଛି। ଅହମଦାବାଦ, ରାଜକୋଟ, ସୁରଟ ଏବଂ ବଡୋଦରା ସହରରେ ଏହି ବ୍ୟାନର ଲଗାଯାଇଛି।

ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏକ ବିବାଦ ଉପୁଜିଥିଲା। ଏଥିରେ ସେ ଶପଥ ପାଠରେ ଭଗବାନଙ୍କୁ ବିଶ୍ୱାସ ନକରି ଶପଥ ନେଇଥିବା ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟି ମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ଦେବୀଦେବତା ଓ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ କରିଛି।

ତେବେ ରାଜକୋଟରେ ଥିବା ଆମ ଆଦମୀ ପାର୍ଟି କର୍ମୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦକେଜରିଓ୍ବାଲଙ୍କୁ ଟାର୍ଗେଟ କରୁଥିବା ବିବାଦୀୟ ବ୍ୟାନର ପୋଷ୍ଟର ହଟାଇ ଦେଇଛନ୍ତି। ଦାହେଦ ସହରରେ ’ହିନ୍ଦୁ ବିରୋଧୀ କେଜରିୱାଲ ଫେରିଯାଅର ବ୍ୟାନରଦେଖିବାକୁ ମିଳିଥିଲା। ଏଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଶନିବାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଆମ ଆଦମୀ ପାର୍ଟିର ଏହି ଦୁଇ ନେତା ଶନିବାର ଠାରୁ ଦୁଇ ଦିନିଆ ଗୁଜୁରାଟ ଯାତ୍ରା ଆରମ୍ଭ କରିଛନ୍ତି।

Share