Categories: ଜାତୀୟ

ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ମମତା ବାନାର୍ଜୀଙ୍କ ଡିଏନ୍‌ଏରେ ଦୋଷ ଅଛି

ଲକ୍ଷ୍ନୌ,୨୪।୧: ଉତ୍ତର ପ୍ରଦେଶର ବାଲିଆ ଜିଲାର ଭାଜପା ବିଧାୟକ ସୁରେନ୍ଦ୍ର ସିଂ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ବିବାଦୀୟ ବିବୃତ୍ତି ଦେଇ ତାଙ୍କୁ ଇସଲାମ ଧର୍ମର ପୋଷକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ଇସଲାମ ଧର୍ମରେ ବିଶ୍ୱାସ କରନ୍ତି ସେମାନେ ପ୍ରଭୁ ରାମଙ୍କୁ ବିରୋଧ କରିବେ। ମମତା ବାନାର୍ଜୀଙ୍କ ଡିଏନଏରେ ତ୍ରୁଟି ରହିଛି ବୋଲି ସେ ଦାବି କରିଛନ୍ତି। ରବିବାର ତାଙ୍କ ବାସଭବନରେ ଖବରଦାତାଙ୍କ ସହ କଥାବାର୍ତ୍ତା ବେଳେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଏଭଳି କହିଥିଲେ। ସୂଚନାଯୋଗ୍ୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ କୋଲକତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟ ଶ୍ରୀ ରାମଙ୍କ ନାରା ଲାଗିଥିଲା। ଏହା ଶୁଣି ମମତା ବାନାର୍ଜୀ ରାଗିଯାଇଥିଲେ।

Share