ଟୁଇଟ୍‌ କରି ଟ୍ରୋଲ ହେଲେ ଅଭିନେତ୍ରୀ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଫିଲ୍ମଟି ୧୧ ମାର୍ଚ୍ଚରେ ସିନେମା ହଲରେ ରିଲିଜ୍‌ ହେବା ପରେ ଏହାକୁ ଦେଖିବାକୁ ଦର୍ଶକଙ୍କ ଭିଡ ଜମୁଛି। ତେବେ ଫିଲ୍ମଟିକୁ ସମସ୍ତେ ପସନ୍ଦ କରୁଥିବା ବେଳେ ଅଭିନେତ୍ରୀ ସ୍ବରା ଭାସ୍କର ନିକଟରେ ଫିଲ୍ମକୁ ନେଇ ଟୁଇଟ୍‌ କରି ଟ୍ରୋଲ ହୋଇଛନ୍ତି ।

ଫିଲ୍ମ ରିଲିଜ ହେବା ପରେ ଏହାକୁ ନେଇ ଭଲ ରିଭ୍ୟୁ ମଧ୍ୟ ଆସୁଛି। ବଲିଉଡ ତାରକା ମଧ୍ୟ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କୁ ଅପିଲ କରିଛନ୍ତି । ତେବେ ସ୍ବରା ଭାସ୍କର ‘ଦ କାଶ୍ମୀର ଫାଇଲ୍ସ’ର ନାଁ ନ ନେଇ ଏକ ଟୁଇଟ୍‌ କରିଛନ୍ତି । ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି, ‘ଯଦି ତୁମେ ଚାହୁଁଛ ଯେ ଲୋକମାନେ ତୁମର ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛନ୍ତି ବୋଧହୁଏ ଗତ ୫ବର୍ଷ ମୁଣ୍ଡ ନୁଆଁଇବାକୁ ଦିଅନ୍ତୁ ନାହିଁ।’ଯାହାକୁ ନେଇ ୟୁଜର୍ସ ଟ୍ରୋଲ କରିଛନ୍ତି।

Share