Categories: ଜାତୀୟ

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର କରିଛନ୍ତି। ମା’ଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଦର୍ଶାଇ କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।

ଶିଶୁ ଜଣଙ୍କ ସମୟ ପୂର୍ବରୁ ଜନ୍ମ ହୋଇଥିବା ନେଇ ମା’ଙ୍କ ପକ୍ଷରୁ ସ୍ତନ୍ୟପାନ ଲାଗି ଅନୁମତି ଲୋଡା ଯାଇଥିଲା। ତେବେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ ସୁଶ୍ରୀ ଶିବାନୀଙ୍କ ନେତୃତ୍ୱରେ ଖଣ୍ଡପୀଠ କହିଛନ୍ତି ଯେ, ମେଡ଼ିକାଲ ସମସ୍ୟା ରହିଥିବା ନେଇ କୌଣସି ପ୍ରମାଣ ପତ୍ର ଦାଖଲ କରାଯାଇ ନାହିଁ।

ଅଭିଯୁକ୍ତ ମହିଳା ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ନକଲି ଆକାଉଣ୍ଟ ଖୋଲିବା ଅଭିଯୋଗ ତାଙ୍କ ବିରୋଧରେ ଅଣାଯାଉଛି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ନିପୁନ ସାକ୍ସସେନା ଏବଂ ଅଜୟ ଯାଦବ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ ସେ ସନ୍ତ୍ୟପାନ ଆବେଦନକୁ ନାମଞ୍ଜୁର କରି ଦେଇଛନ୍ତି। ତେବେ ଏବେ ଏହି ବିବାଦୀୟ ରାୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share