Categories: ଖେଳ

ଦିନକ ପୂର୍ବରୁ ବିବାଦ! ରାଜସ୍ଥାନ ଅଧିନାୟକ ସଞ୍ଜୁ ଖପ୍ପା, ଫ୍ରାଞ୍ଚାଇଜ୍‌ ନେଲା…

ନୂଆଦିଲ୍ଲୀ,୨୫।୩: ବହୁପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଦଳରେ ବିବାଦ ଦେଖାଦେଇଛି। ଫ୍ରାଞ୍ଚାଇଜ୍‌ର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅଧିନାୟକ ସଞ୍ଜୁ ସାମସନ୍‌ ଖପ୍ପା ହୋଇଛନ୍ତି। ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜସ୍ଥାନ ଟିମ୍‌ ନିଜର ସୋସିଆଲ ଆକାଉଣ୍ଟରେ ଅଧିନାୟକଙ୍କୁ ନେଇ ଏକ ମେମେ ପୋଷ୍ଟ କରିଥିଲା। ହେଲେ ଏହା ତାଙ୍କୁ ପସନ୍ଦ ଆସି ନ ଥିଲା। ସେ ଏକ ଟୁଇଟ କରି ଟିମ୍‌କୁ ପ୍ରଫେଶନାଲ ଭାବେ ବ୍ୟବହାର କରିବା ଲାଗି ପରାମର୍ଶ ଦେଇଥିଲେ।

ସାମସନଙ୍କ ଏଭଳି ପୋଷ୍ଟ ଚର୍ଚ୍ଚାକୁ ଆସିବା ପରେ ଦଳ ପକ୍ଷରୁ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରାଯାଇଛି। ଏହାଛଡ଼ା ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏକ ଆଧିକାରୀକ ବୟାନ ଜାରି କରାଯାଇ ସୋସିଆଲ ମିଡିଆ ଟିମ୍‌ରେ ପରିବର୍ତ୍ତନ କରାଯିବା ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଆଜିର ଘଟଣାକୁ ଧ୍ୟାନରେ ରଖି ଏଭଳି କରାଯିବ ଦଳ କହିଛି।

Share