ଫ୍ରାନ୍ସର ସବୁଠାରୁ ବଡ ବିମାନ ବନ୍ଦରରେ ନମାଜ ପଢିଲେ ମୁସଲମାନ, ଉଠିଲା ବିବାଦ

ପ୍ୟାରିସ,୭।୧୧: ବର୍ତ୍ତମାନ ସମଗ୍ର ବିଶ୍ୱର ଜନସଂଖ୍ୟା ପ୍ରାୟ ୮୦୦କୋଟି। ଏହି ୮୦୦ କୋଟି ମଧ୍ୟରେ ସର୍ବାଧିକ ଜନସଂଖ୍ୟା ଇସଲାମ ଦର୍ମକୁ ମାନୁଥିବା ଲୋକଙ୍କର। ଏମାନଙ୍କ ସଂଖ୍ୟା ପ୍ରାୟ ୨୦୦ କୋଟିରୁ ଅଧିକ। ଏହାର ପ୍ରଭାବ ହେଉଛି ନିକଟ ଅତୀତରେ, ଇଉରୋପୀୟ ଦେଶ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଇସଲାମ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାର ପ୍ରମାଣ ଦେଖିବାକୁ ମିଳିଥିଲା। ସମ୍ପ୍ରତି, ପ୍ୟାରିସର ଚାଲର୍‌ସ ଡି ଗଲ ବିମାନବନ୍ଦରର ବୋର୍ଡିଂ ଅଞ୍ଚଳରେ ପ୍ରାୟ ୧୦ହଜାର ମୁସଲମାନ ଯାତ୍ରୀ ନମାଜ ପଢିଥିଲେ।
ପ୍ୟାରିସର ଚାଲର୍‌ସ ଡି ଗଲ ବିମାନବନ୍ଦରରେ ନମାଜରେ ଅଂଶଗ୍ରହଣ କରୁଥିବା ମୁସଲମାନ ଯାତ୍ରୀଙ୍କ ଫଟୋ ଏବେ ବିବାଦ ସୃଷ୍ଟି କରିଛି। ଏଏଫପି ରିପୋର୍ଟ ଅନୁଯାୟୀ, ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋଗୁଡ଼ିକ ପ୍ୟାରିସର ଚାଲର୍‌ସ ଡି ଗଲ ବିମାନବନ୍ଦରର ବୋର୍ଡିଂ ଅଞ୍ଚଳରେ ଜୋର୍ଡାନ ଅଭିମୁଖେ ଯାତ୍ରା କରୁଥିବା ଏକ ଡଜନ ମୁସଲମାନ ଯାତ୍ରୀଙ୍କୁ ଦର୍ଶାଇଥିଲା।

ମୁସଲିମ ଯାତ୍ରୀ ନମାଜ ପଢୁଥିବା ଘଟଣାରେ ସୋମବାର ବିମାନବନ୍ଦରରେ କଡା ନିୟମ ଲାଗୁ କରିବାକୁ ଫ୍ରାନ୍ସ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ବ୍ୟତୀତ ବିମାନବନ୍ଦର ଅପରେଟର ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ସମୟରେ ବିବାଦ ସାମ୍ନାକୁ ଆସିଛି ଯେତେବେଳେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଯୋଗୁଁ ଫ୍ରାନ୍ସରେ ଉତ୍ତେଜନା ବୃଦ୍ଧି ପାଇଛି । ବିମାନବନ୍ଦରରେ ପ୍ରାର୍ଥନା ସହ ଜଡିତ ଫଟୋ ସୋସିଆଲ ମିଡିଆରେ ଦକ୍ଷିଣପନ୍ଥି ରାଷ୍ଟ୍ରପତି ଜ୍ୟାକ ଚିରାକଙ୍କ ଅଧୀନରେ ଥିବା ୟୁରୋପୀୟ ବ୍ୟାପାର ମନ୍ତ୍ରୀ ନୋଏଲ ଲେନୋୟରଙ୍କ ଦ୍ୱାରା ଶେୟାର କରାଯାଇଥିଲା।

Share