Categories: ଜାତୀୟ

ଛତିଶଗଡ଼ କଂଗ୍ରେସରେ କନ୍ଦଳ, ଲଗାତାର ଦିଲ୍ଲୀ ପହଞ୍ଚୁଛନ୍ତି ବିଧାୟକ

ନୂଆଦିଲ୍ଲୀ,୨ ।୧୦: ଛତିଶଗଡ଼ରେ ଅଢେଇ ବର୍ଷିୟା ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ମଧ୍ୟରେ ଛତିଶଗଡ଼ର ବିଧାକମାନେ ଲଗାତାର ଦିଲ୍ଲୀ ଗସ୍ତ କରୁଥିବା ଜଣାପଡିଛି । ଶନିବାର ଆଉ ୪ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ଏବେ ପର୍ଯ୍ୟନ୍ତ ୧୯ ବିଧାୟକ ଦିଲ୍ଲୀ ପହଞ୍ଚିଥିବା ସୂଚନା ମିଳିଛି । ତେବେ ଦିଲ୍ଲୀରେ ୨୫ ଜଣ ବିଧାୟକ ଏକାଠି ହେବା ଶୁଣିବାକୁ ମିଳିଛି । ରାଜ୍ୟର ବିଧାନସଭା ଆସନ ୯୦ ହୋଇଥିବା ବେଳେ ୭୦ଟି ଆସନ କଂଗ୍ରେସ ହାତରେ । ସୂଚନାଯୋଗ୍ୟ, ପାଖାପାଖି ୧ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏମିତି ଭାବେ ଦିଲ୍ଲୀରେ ବିଧାୟକଙ୍କ ଶାନ୍ତି ପ୍ରଦର୍ଶନ କରିଥିଲେ । ଏହାପରେ ଅଢେଇ ବର୍ଷିୟା ମୁଖ୍ୟମନ୍ତ୍ରୀ କଥାଟି ଚପି ଯାଇଥିଲା । ଏବେ ପୁଣି ବିଧାୟକମାନେ ହଠାତ୍ ଦିଲ୍ଲୀ ଗସ୍ତ କରିବା ଦେଖି ଛତିଗଡ଼ କଂଗ୍ରେସର କଳହ ପୁଣିଥରେ ମୁଣ୍ଡ ଟେକିପାରେ ବୋଲି ଅନୁମାନ କରାଯାଉଛି । ତେବେ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ଦେଖି ପ୍ରଶ୍ନ କରାଯିବରୁ କେହି କେହି କହିଲେ ମୁଁ ପିଲାଙ୍କ ପାଇଁ ଯାଉଛି, ଆଉ କିଏ କହିଲେ ମୁ ମୋଦିଙ୍କ ସହ ସାକ୍ଷାତ୍ କରିବାକୁ ଯାଉଛି ଇତ୍ୟାଦି ।

Share