ଫିଲ୍ମ ‘ପୁଷ୍ପା’ର ଆଇଟମ୍‌ ଗୀତକୁ ନେଇ ବଢିଲା ବିବାଦ

ହାଇଦ୍ରାବାଦ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା’ ଶୁକ୍ରବାର ତେଲୁଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ପ୍ରମୋଶନ ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ନିକଟରେ ଏହି ଫିଲ୍ମର ଆଇଟମ୍‌ ଗୀତ ରିଲିଜ୍‌ ହୋଇଛି। ଯାହାକୁ ନେଇ ଏବେ ଅଢୁଆ ବଢିଛି। ଏହି ଆଇଟମ୍‌ ଗୀତରେ ସାମନ୍ଥା ରୁଥ ପ୍ରଭୁଙ୍କୁ ଦେଖିବାକୁ ମିଳିଛି। ଏଥିରେ ସେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ହେଲେ ସେ ଗୀତକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଏପରିକି ବ୍ୟାନ୍‌ କରିବାକୁ ଦାବି ମଧ୍ୟ ଉଠିଛି।

ଏକ ପୁରୁଷ ସଂଘ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଗୀତରେ ପୁରୁଷମାନଙ୍କ ଛବିକୁ ଭୁଲ ଭାବରେ ଦର୍ଶାଯାଇଥିବା ମାମଲାରେ କୁହାଯାଇଛି। ତେଣୁ ଏହି ଏହାକୁ ବ୍ୟାନ୍‌ କରିବା ପାଇଁ ଆନ୍ଧ୍ରପ୍ରଦେଶର କୋର୍ଟରେ ସଂଘ ଦାବି କରିଛି। କିନ୍ତୁ କୋର୍ଟ ଏ ପର୍ଯ୍ୟନ୍ତ କୌଣସି ସମାଧାନ କରି ନ ଥିବା ଜଣାପଡିଛି। ଫିଲ୍ମ ରିଲିଜ୍‌ ହେବାର କିଛି ଦିନ ପୂର୍ବରୁ ଏଭଳି ବିବାଦ ଉପୁଜିଥିବାକୁ ନେଇ ଫିଲ୍ମ ନିର୍ମାତା ଅସନ୍ତୋଷ ପ୍ରକାଶ କରିଛନ୍ତି।

Share