ରୁଷିଆର ପରମାଣୁ ଧମକକୁ ନେଇ ବଢିଲା ବିବାଦ, ଆମେରିକା କହିଲା ବିନା କାରଣରେ ଦିଆଯାଉଛି ଧମକ

ୱାଶିଂଟନ,୧ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଷଷ୍ଠ ଦିନରେ ଯୁଦ୍ଧ ଜାରି ରହିଛି । ବେଳକୁ ବେଳ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି । ଇତି ମଧ୍ୟରେ ରବିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ବିପଜ୍ଜନକ ସଙ୍କେତ ଦେଇଛନ୍ତି । ପୁଟିନ ପରମାଣୁ ପ୍ରତିରୋଧି ବଳଙ୍କୁ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସେ କହିଛନ୍ତି କି ପଶ୍ଚିିମ ଦେଶ ରୁଷିଆ ବିରୋଧରେ ଉସକାଇବା କାମ କରୁଛନ୍ତି । ଏପଟେ ରୁଷିଆର ପରମାଣୁ ଧମକକୁ ନେଇ ବହୁ ଦେଶ ବିରୋଧ ପ୍ରକାଶ କରିଛନ୍ତି । କିଛି ପଶ୍ଚିମ ଦେଶ ରୁଷିଆ ପାଇଁ ସେମାନଙ୍କ ବିମାନ ସେବା ବନ୍ଦ କରି ଦେଇଛନ୍ତି । ଏପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ରୁଷିଆର ଏଭଳି ଧମକ ଭିତ୍ତିହିନ । ପରେ ରୁଷିଆକୁ ଏହାର ପରିଣାମ ଭୋଗିବାକୁ ପଡିବ ।

Share