ଫିଲ୍ମ ‘ପଠାନ୍‌’କୁ ନେଇ ପୁଣି ତେଜିଲା ବିବାଦ: ‘ବେସରମ୍‌ ରଙ୍ଗ’ ଗୀତକୁ ହଟାଇବାକୁ ଦାବି

ଅହମ୍ମଦାବାଦ୍‌ ୫।୧: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘ପଠାନ୍‌’କୁ ନେଇ ପୁଣିଥରେ ବିଭିନ୍ନ ସଙ୍ଗଠନ ବିରୋଧ କରିବା ଆରମ୍ଭ କରିଛନ୍ତି। ଫିଲ୍ମରୁ ବିବାଦୀୟ ଗୀତ ‘ବେସରମ୍‌ ରଙ୍ଗ’ ନ ହଟାଗଲେ ଏହାକୁ ଗୁଜରାଟର କୌଣସି ସିନେମାଘରେ ରିଲିଜ୍‌ କରିବାକୁ ଦିଆଯିବ ନାହିଁ ବୋଲି ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ସୋସିଆଲ ମିଡିଆରେ ବହୁ ଭିଡିଓ ମଧ୍ୟ ବହୁଳ ପ୍ରସାର ହେବାରେ ଲାଗିଛି, ଯେଉଁଥିରେ ସଙ୍ଗଠନ କର୍ମକର୍ତ୍ତାମାନେ ପଠାନ୍‌ ଫିଲ୍ମ ବିରୋଧରେ ନାରାବାଜି କରିବା ସହ ଏହାର ପୋଷ୍ଟର ଚିରୁଥିବାର ଦେଖାଯାଇଛି। ଫିଲ୍ମରୁ ବେସରମ୍‌ ରଙ୍ଗ ଗୀତ ଏବଂ ଦୀପିକା ପିନ୍ଧିଥିବା ଗେରୁଆ ବିକିନି ସିନ୍‌ ସବୁ ହଟାଇବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ସଙ୍ଗଠନଗୁଡ଼ିକ ପକ୍ଷରୁ କରାଯାଉଥିବା ପ୍ରତିବାଦକୁ ଚଳଚ୍ଚିତ୍ର ନିର୍ମାତା ରାହୁଲ ଢୋଲକିଆ ନିନ୍ଦା କରିଛନ୍ତି।

Share