Categories: ଜାତୀୟ

NEETକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨୮ା୬: ପାର୍ଲାମେଣ୍ଟର ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ବିରୋଧୀମାନେ ଆଜି ସଂସଦର ଉଭୟ ଗୃହରେ ନିଟ୍‌କୁ ନେଇ ହଟ୍ଟଗୋଳ କରିଛନ୍ତି। ଗୃହର କାର୍ଯ୍ୟକାଳ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ ପ୍ରଥମେ ନିଟ୍‌ ବିଷୟରେ ଆଲୋଚନା କରାଯିବା ଉଚିତ।

କଂଗ୍ରେସ ଏମ୍‌ପି ସୟଦ ନାସିର ହୁସେନଙ୍କ ପରେ ଅନ୍ୟ ଦଳର ନେତା ରଣଜିତ ରଞ୍ଜନ ପେପର ଲିକ୍‌ ମାମଲା ଏବଂ ନିଟ୍‌-ୟୁଜି ଏବଂ ୟୁଜିସି-ନେଟ୍‌ ସମେତ ପରୀକ୍ଷା ପରିଚାଳନାରେ ବିଫଳତାକୁ ନେଇ କହିଥିଲେ।

କଂଗ୍ରେସ ନେତାଙ୍କ ହୋ-ହଲ୍ଲାକୁ ନେଇ ବାଚସ୍ପତି କହିଥିଲେ, ମୁଁ ପୁନର୍ବାର ଆପଣଙ୍କୁ ପ୍ରତ୍ୟେକ ପ୍ରଶ୍ନ ଉଠାଇବାକୁ ଅନୁରୋଧ କରୁଛି ଏବଂ ସରକାର ଏହାର ଉତ୍ତର ଦେବେ। ଗୃହ ଚଳାଇବା ଆମର ଦାୟିତ୍ୱ, ସଂସଦୀୟ ଗଣତନ୍ତ୍ର ପାଇଁ ଏହା ଉପଯୁକ୍ତ ନୁହେଁ।

Share