Posted inUncategorized

କ୍ରୀଡ଼ାରେ ପ୍ରତିବାଦ

ହ୍ୟୁମାନ୍‌ ରାଇଟ୍‌ ସାଲ୍ୟୁଟ୍‌
୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ଆମେରିକାର କଳା ଗୋରା ଭେଦଭାବ(ବର୍ଣ୍ଣବୈଷମ୍ୟବାଦ)କୁ ନେଇ ପ୍ରତିବାଦର ସ୍ବର ଉଠାଇଥିଲେ ଦୁଇ ଆମେରିକୀୟ ସ୍ପ୍ରିଣ୍ଟର। ୨୦୦ ମିଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିବା ପରେ ଆଫ୍ରିକାନ ଆମେରିକୀୟ ଧାବକ ଟମି ସ୍ମିଥ୍‌ ଓ ଜନ୍‌ କାର୍ଲୋସ୍‌ ଏକ ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ। ପୋଡିୟମରେ ପଦକ ପାଇଁ ଛିଡା ହୋଇଥିବା ବେଳେ ହାତ ମୁଠା କରି ଉପରକୁ ଟେକି ବର୍ଣ୍ଣବୈଷମ୍ୟ ଭେଦଭାବକୁ ପ୍ରତିବାଦ କରିଥିଲେ। ଏହା ପରେ ପଦକ ଗ୍ରହଣ କରିବା ପୂର୍ବରୁ କଳା ଲୋକଙ୍କ ଦାରିଦ୍ର୍ୟତାକୁ ସମାଜ ଆଗରେ ଦେଖାଇବା ପାଇଁ ଉଭୟ ନିଜର ଜୋତା ଖୋଲି ଦେଇଥିଲେ। ଆମେରିକାରେ ହେଉଥିବା ଗଣହତ୍ୟା ପ୍ରତିବାଦରେ ଉଭୟ ବେକରେ ଏକ ଚେନ୍‌ ମଧ୍ୟ ପକାଇଥିଲେ। ଏହି ଘଟଣା ପରେ ଉଭୟଙ୍କୁ ଅଲିମ୍ପିକ୍‌ ଭିଲେଜ୍‌ରୁ ବାହାର ମଧ୍ୟ କରାଯାଇଥିଲା। ଏହି ଘଟଣା ପରେ ୪୦୦ ମିଟର ଇଭେଣ୍ଟରେ ଆମେରିକୀୟ ଆଥଲେଟ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପୋଡିୟମରେ ତିନି ଖେଳାଳି କଳା ଟୋପି ପିନ୍ଧି ସ୍ମିଥ୍‌ ଓ କାର୍ଲୋସଙ୍କ ବାସନ୍ଦକୁ ବିରୋଧ କରିଥିଲେ। ତେବେ ଜାତୀୟ ସଙ୍ଗୀତ ପୂର୍ବରୁ ସେମାନେ ନିଜର ଟୋପି ଖୋଲି ଦେଇଥିଲେ। ଏହି ଘଟଣା ପରେ ଆମେରିକାରେ ମାନବାଧିକାର ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ହ୍ୟୁମାନ ରାଇଟ୍‌ ସାଲ୍ୟୁଟ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲା ଟମି ସ୍ମିଥ୍‌ ଓ ଜନ୍‌ କାର୍ଲୋସ୍‌ଙ୍କ ପ୍ରତିବାଦ।
ଦ ମିଆମି ହିଟ୍‌ ହୁଡି
ମାର୍ଚ୍ଚ ୨୩, ୨୦୧୨ରେ ବାସ୍କେଟ୍‌ବଲ ତାରକା ଲେବ୍ରନ୍‌ ଜେମ୍ସ ଓ ଏନ୍‌ବିଏ ଦଳ ମିଆମି ହିଟ୍‌ ପକ୍ଷରୁ ଏକ ହୁଡି ମାର୍ଚ୍ଚ କରାଯାଇଥିଲା। ମାର୍ଚ୍ଚ ୨୧ ତାରିଖରେ ହୁଡି ପିନ୍ଧିଥିବା ୧୭ ବର୍ଷୀୟ ଆଫ୍ରୋ ଆମେରିକୀୟ ଟ୍ରେଭନ୍‌ ମାର୍ଟିନଙ୍କୁ ଗୁଳି କର ହତ୍ୟା କରାଯାଇଥିଲା। ପ୍ରତିବାଦରେ ଟ୍ରେଭନ୍‌ଙ୍କ ପରିବାର ସହିତ ଛିଡା ହୋଇଥିଲେ ଲେବ୍ରନ୍‌ ଜେମ୍ସ। ପରବର୍ତ୍ତୀ ସମୟରେ ଏହାକୁ ଦ ମିଲିୟନ ହୁଡି ମାର୍ଚ୍ଚ ବୋଲି ମଧ୍ୟ କୁହାଯାଇଥିଲା।
ଆଇ କ୍ୟାଣ୍ଟ ବ୍ରିଦ୍‌
ଜୁଲାଇ ୭, ୨୦୧୪ରେ ଏରିକ୍‌ ଗାନର ନାମକ ଜନୈକ କୃଷ୍ଣକାୟ ବ୍ୟକ୍ତି ପୋଲିସ୍‌ ବର୍ବରତାର ଶିକାର ହୋଇ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ଆଇ କ୍ୟାଣ୍ଟ ବ୍ରିଦ(ମୁଁ ନିଶ୍ୱାସ ନେଇ ପାରୁନି) ବୋଲି କହୁଥିବା ବେଳେ ସେ ପ୍ରାଣ ହରାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ୮ ଡିସେମ୍ବର ୨୦୧୪ରେ କ୍ଲିଭ୍‌ଲାଣ୍ଡ କାଭଲିୟରର ଲେବ୍ରନ୍‌ ଜେମ୍ସ, ବ୍ରୁକ୍‌ଲିନ୍‌ ନେଟ୍ସର କେଭିନ୍‌ ଗ୍ରାନେଟ୍‌, ଡେରୋନ୍‌ ଓ୍ବିଲିୟମ୍ସ, ଜାରେଟ୍‌ ଜ୍ୟାକ୍‌ ଓ ଆଲାନ୍‌ ଆଣ୍ଡରସନ୍‌ ପ୍ରମୁଖ ପ୍ରତିବାଦ କରିଥିଲେ। ସମସ୍ତ ଖେଳାଳି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଆଇ କ୍ୟାଣ୍ଟ ବ୍ରିଦର ହ୍ୟାସ୍‌ ଟ୍ୟାଗ୍‌ ମଧ୍ୟ ଚଳାଇଥିଲେ।
ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର ମୁଭମେଣ୍ଟ
ନଭେମ୍ବର ୨୦୧୬ରେ ପ୍ରଥମ ଥର ପାଇଁ ଗୋଟିଏ ଆଣ୍ଠୁରେ ବସି ପ୍ରଥମେ ନ୍ୟାଶନାଲ ଫୁଟବଲ ଲିଗ୍‌ରେ ଖେଳାଳି ମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ। ପରବର୍ତ୍ତୀ ସମୟରେ କ୍ରିକେଟର ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ରଥମ କ୍ରିକେଟର ଭାବରେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍‌ ଓ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏହି ଆନ୍ଦୋଳନରେ ସାମିଲ ଥିଲେ। ତେବେ ସୋସିଆଲ ମିଡିଆରେ ପାଣ୍ଡ୍ୟାଙ୍କୁ ଅନେକ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡିଥିଲା।
-ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri