Categories: ଜାତୀୟ

ଥମୁଛି ବିବାଦ: ଏଲ୍‌ଏସିରୁ ହଟୁଛନ୍ତି ଦୁଇପକ୍ଷ

ଲଦାଖ,୧୮।୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଥମିବାରେ ଲାଗିଛି। ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀ ଏଠାରୁ ହଟିବାରେ ଲାଗିଛନ୍ତି। ପୈଙ୍ଗାଙ୍ଗ୍‌ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରୁ ଯୁଦ୍ଧ ସରଞ୍ଜାମ ସହିତ ସୈନ୍ୟମାନଙ୍କୁ ପଛକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫେବୃୟାରୀ ୧୦ଠାରୁ ଏହା ଜାରି ରହିଛି। ଉପଗ୍ରହ ଦ୍ୱାରା ଉତ୍ତୋଳିତ ହୋଇଥିବା ଫଟୋରୁ ଜଣାପଡ଼ିଛି ଯେ, ଚାଇନା ଏହାର ସାମରିକ ଶିବିରଗୁଡ଼ିକୁ ଏଲ୍‌ଏସିର ବିବାଦୀୟ ଅଞ୍ଚଳରୁ ଖାଲି କରୁଛି। ଚାଇନା ସୈନ୍ୟ ଫିଙ୍ଗର-୮ ପର୍ଯ୍ୟନ୍ତ ପହଞ୍ଚିଥିବାବେଳେ ଭାରତୀୟ ସେନା ଫିଙ୍ଗର-୩ ପର୍ଯ୍ୟନ୍ତ ହଟିଯାଇଛନ୍ତି।

Share