କେନ୍ଦୁଝର,୧୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ପୁଣି ବିବାଦ ଦେଖାଦେଇଛି। ଏଥିଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିଥିବା ଜଣାପଡ଼ିଛି।
ତେବେ ରବିବାର ତିନି ଜଣ ଓ ଶନିବାର ଜଣେ ଶିଶୁ ମୃତ୍ୟୁ ନେଇ ଏଡିଏମ୍ଓ ଡକ୍ଟର କେ.ସି. ପୃଷ୍ଟି କହୁଛନ୍ତି। ହେଲେ ସେ କହୁଥିବା ସଂଖ୍ୟାଠାରୁ ଢ଼େର ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଚିକିତ୍ସା ପାଇଁ ଡାକ୍ତର ନ ଆସିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ମୃତ ଶିଶୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏଣୁ ଏହାର ତଦନ୍ତ ହେଲେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ମତ ପ୍ରକାଶ ପାଉଛି। ଚଳିତ ମାସ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।