Categories: ଜାତୀୟ

ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିରକୁ ନେଇ ବିବାଦ; ସରକାରୀ ଜମି ଅକ୍ତିଆର ଲାଗି ନିର୍ମାଣ ହୋଇଥିବା ଅଭିଯୋଗ

ଲକ୍ଷ୍ନୌ,୨୪।୯: ଅଯୋଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିରକୁ ନେଇ ବିବାଦ ଦେଖାଦେଇଛି। ସହର ନିକଟରେ ଥିବା ଦସୌଧା ବ୍ଲକରେ ଯୋଗୀଙ୍କ ସମର୍ଥକ ପ୍ରଭାକର ମୌର୍ଯ୍ୟଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତାଙ୍କ ମାମୁ ଅଭିଯୋଗ ପତ୍ର ପଠାଇଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲକୁ ଅନ୍ୟ ଏକ ଅଭିଯୋଗ ଆସିଛି। ସରକାରୀ ବନ୍ଧ୍ୟା ଜମିକୁ କବ୍‌ଜା କରିବା ଉଦ୍ଦେଶ୍ୟରେ ପ୍ରଭାକର ସେହି ଜମିରେ ମନ୍ଦିର ନିର୍ମାଣ କରିଥିବା ସେଥିରେ ଅଭିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନିକଟକୁ ପଠାଯାଇଥିବା ଅଭିଯୋଗରେ ରାମନାଥ ମୌର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ସେ ଏବଂ ତାଙ୍କ ବଡ଼ ଭାଇ ଜଗନ୍ନାଥ ମୌର୍ଯ୍ୟଙ୍କ ଜମି ମିଶ୍ରିତ ହୋଇ ରହିଛି। ଏବେ ଜଗନ୍ନାଥଙ୍କ ପୁଅ ପ୍ରଭାକର ଏହି ଜମିକୁ ଅକ୍ତିଆର କରିବା ଉଦ୍ଦେଶ୍ୟରେ ଲଗାଯାଇଥିବା ଗଛ ଗୁଡ଼ିକୁ କାଟିଦେବା ସହ କାଠ ଛଡ଼ାଇ ନେଇଥିଲେ। ଏବେ ସେହିଭଳି ଖାଲି ଜମି କବ୍ଜା କରିବା ଉଦ୍ଦେଶ୍ୟରେ ଆଦିତ୍ୟନାଥଙ୍କ ମନ୍ଦିର କରିଛନ୍ତି ବୋଲି ରାମନାଥ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

Share