Categories: ଭଦ୍ରକ

ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣ ନେଇ ବିବାଦ

ଭଦ୍ରକ ଅଫିସ,୨୬।୪: ଭଦ୍ରକ ଜିଲା ଧାମନଗର ବ୍ଲକ ନଦୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ନେଇ ନଦୀଗାଁ ଓ ଫଳପୁର ଦୁଇ ମୌଜା ମଧ୍ୟରେ ବିବାଦ ଉପୁଜିଛ। ଏ ନେଇ ବୁଧବାର ନଦୀଗାଁ ପଞ୍ଚାୟତବାସୀ ଓ ପାଖ ଗ୍ରାମର ଗ୍ରାମବାସୀମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସ୍ବାସ୍ଥକେନ୍ଦ୍ରର ସ୍ଥାୟୀ ଗୃହକୁ ନଦୀଗାଁର ସରକାରୀ ଜମିରେ ନିର୍ମାଣ ନକରି କିଛି କୁଚକ୍ରୀ ଗୋଷ୍ଠୀ ଚାଞ୍ଚକତା କରି ଫଳପୁର ମୌଜାରେ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହା ସରକାରୀ ଆଇନ ଉଲ୍ଲଙ୍ଘନ ସହ ସ୍ବସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବ ବୋଲି ଅଭିଯୋଗ କରିବା ସହ ନଦୀଗାଁ ମୌଜାରେ ନିର୍ମାଣ କରିବାକୁ ଦାବି କରିଛନ୍ତି।