Categories: ଜାତୀୟ

ଫାବ୍‌ଇଣ୍ଡିଆର ବିଜ୍ଞାପନକୁ ନେଇ ବିବାଦ

ନୂଆଦିଲ୍ଲୀ, ୧୮ା୧୦: ପୋଷାକ, ଘର ସାଜସଜ୍ଜା ଏବଂ ଲାଇଫଷ୍ଟାଇଲ ଉତ୍ପାଦ କମ୍ପାନୀ ଫାବ୍‌ଇଣ୍ଡିଆ ପାର୍ବଣ ଋତୁ ଉପଲକ୍ଷେ ପ୍ରସ୍ତୁତ କରିଥିବା ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ନୂଆ ଦୀପାବଳି କଲେକ୍ସନକୁ ନେଇ ଫାବ୍‌ଇଣ୍ଡିଆ ‘ଜଶ୍ନ-ଇ-ରିଓ୍ବାଜ୍‌’ ନାମରେ କରିଥିବା ଏକ କ୍ୟାମ୍ପେନ୍‌କୁ ବିରୋଧ କରାଯାଇଛି। ହିନ୍ଦୁ ପର୍ବ ଦୀପାବଳୀ ‘ଜଶ୍ନ-ଇ-ରିଓ୍ବାଜ୍‌’ ନୁହେଁ ବୋଲି ଭାଜପା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟ କହିଛନ୍ତି। ସେହିପରି ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ରୋଲର ଶିକାର ହେବା ପରେ ଫାବ୍‌ଇଣ୍ଡିଆ ଉକ୍ତ ବିଜ୍ଞାପନକୁ ହଟାଇଦେଇଛି। ଫାବ୍‌ ଇଣ୍ଡିଆ ଏକ ପ୍ରମୋସନାଲ ଟୁଇଟ୍‌ କରିଥିଲା। ‘ଆମେ ପ୍ରେମ ଏବଂ ପ୍ରକାଶର ଉତ୍ସବକୁ ସ୍ବାଗତ କରିଥାଉ। ଫାବ୍‌ଇଣ୍ଡିଆ ଦ୍ୱାରା ଜଶ୍ନ-ଇ-ରିଓ୍ବାଜ୍‌ ଏପରି ଏକ କଲେକ୍ସନ ଯାହା ଭାରତୀୟ ସଂସ୍କୃତିକୁ ସମ୍ମାନ ଦେଇଥାଏ’ ବୋଲି ଟୁଇଟ୍‌ରେ ଲେଖାଯାଇଛି।

Share