Advertisement

ବିଳମ୍ବରେ ସ୍କୁଲ ଖୋଲିବାକୁ ନେଇ ଉତ୍ତେଜନା

ନୟାଗଡ଼ ଅଫିସ,୧୩।୯:ନୟାଗଡ଼ ଏନଏସି ହାଇସ୍କୁଲ ପୂର୍ବାହ୍ନ ୧୦ଟାରେ ବି ଖୋଲୁନାହିଁ। ଶିକ୍ଷୟତ୍ରୀଶିକ୍ଷକଙ୍କ ସଠିକ ସମୟରେ ସ୍କୁଲକୁ ଆସୁନାହାନ୍ତି। ମଙ୍ଗଳବାର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ର ସ୍କୁଲ ସମୟାନୁସାରେ ଆସିଥିଲେ ମଧ୍ୟ ସ୍କୁଲ ଗେଟ୍‌ ଖୋଲାଯାଇ ନ ଥିଲା। କେହି ସ୍କୁଲ ମୁଖ୍ୟ ଗେଟରେ ତ ଆଉ କେହି ପଛ ଗେଟରେ ଅପେକ୍ଷା କରିଥିଲେ। ସ୍କୁଲ ଗେଟ୍‌ ଖୋଲା ନ ଯିବାରୁ ଏହାକୁ ନେଇ ଚାପା ଉତ୍ତେଜନା ଦେଖା ଦେଇଥିଲା। ତେବେ ୧୦.୫ରେ ସ୍କୁଲ ଖୋଲିଥିଲା। ଜିଲା ସଦର ମହକୁମାର ଏନ୍‌ଏଚ୍‌ ୫୭ ରାଜପଥ ଉପରେ ଅବସ୍ଥିତ ଏହି ସ୍କୁଲରେ ଏଭଳି ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share