Categories: ଖେଳ

ଏସିଆ କପ୍‌ରୁ ବିଦା ହେବାପରେ ପାକିସ୍ତାନ ପିଛା ଛାଡୁନି ବିବାଦ: ମୁଖ୍ୟ ଚୟନକର୍ତ୍ତା ଦେଲେ ଧମକ

ଇସଲାମାବାଦ୍‌,୧୭।୯: ପାକିସ୍ତାନ କ୍ରିକେଟ ଦଳର ଏସିଆ କପ୍‌ରୁ ବାହାରିବା ପରେ ବିବାଦ ବୃଦ୍ଧି ପାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ବାବର ଆଜାମ ତାଙ୍କ ଖେଳାଳିଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି। ଏଥି ସହ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ ହକ ନିଜ ପଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ଇଞ୍ଜାମାମ ଉଲ ହକ ଇସ୍ତଫା ଦେବାକୁ ଧମକ ଦେଉଛନ୍ତି। ଯେତେବେଳେ ପାକିସ୍ତାନୀ ଦଳ ଏସିଆ କପ ଖେଳୁଥିବାବେଳେ ମଧ୍ୟ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଞ୍ଜାମାମ ଉଲ ହକ ଚାହୁଁଛନ୍ତି ଯେ, ପାକିସ୍ତାନୀ କ୍ରିକେଟରଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡରୁ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌ ମିଳୁ। ଏହାଦ୍ୱାରା ସେମାନେ ବିଦେଶୀ ଲିଗରେ ଖେଳିପାରିବେ। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ଇଞ୍ଜାମାମଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

Share