ର’ ମୁଖ୍ୟ-ଓଲିଙ୍କ ବୈଠକକୁ ନେଇ ବିବାଦ

କାଠମାଣ୍ଡୁ,୨୪ା୧୦: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମୁଖ୍ୟ ସାମନ୍ତ କୁମାର ଗୋଏଲ ଓ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ମଧ୍ୟରେ ବୁଧବାର ହୋଇଥିବା ବୈଠକକୁ ନେଇ ପଡ଼ୋଶୀ ଦେଶରେ ବିବାଦ ସୃଷ୍ଟି ହୋଇଛି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି) ସମେତ ଅନ୍ୟ ଦଳର ନେତାମାନେ ଏହାକୁ ନେଇ ଓଲିଙ୍କୁ ଟାର୍ଗେଟ କରିଛନ୍ତି। ଓଲି ର ମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା କରି ନେପାଳର କୂଟନୈତିକ ନିୟମକୁ ଭଙ୍ଗ କରିଥିବା ସେମାନେ ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ବାଲୁଓ୍ବାଟାରସ୍ଥିତ ଓଲିଙ୍କ ସରକାରୀ ବାସଭବନରେ ର ମୁଖ୍ୟ ତାଙ୍କୁ ଭେଟିଥିଲେ। ଏହା ନେପାଳର ଜାତୀୟ ସ୍ବାର୍ଥର ପରିପନ୍ଥୀ ବୋଲି ଶାସକ ଦଳର ବରିଷ୍ଠ ନେତା ଭୀମ ରାଓ୍ବଲ କହିଛନ୍ତି।

Share