ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ବିବାଦ

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରଛନ୍ତି। ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣଙ୍କୁ ଦେଖିବାକୁ ପାଇବେ। କରୋନା ଯୋଗୁ ଫିଲ୍ମର ରିଲିଜ୍‌ ତାରିଖକୁ ଅନେକ ଥର ସ୍ଥଗିତ ରଖାଯାଇଥିଲା।

ଏହି ଫିଲ୍ମଟି ଅନେକ ଭାଷାରେ ରିଲିଜ ହେବାକୁ ଯାଉଛି, କିନ୍ତୁ ଏହା କନ୍ନଡ ଭାଷାରେ ରିଲିଜ ହୋଇନଥିବା ନେଇ ଜଣାପଡିଛି। ତେବେ ଏହାକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମକୁ ବୟକଟ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି । ଟୁଇଟ୍‌ରରେ ବୟକଟ ଆର୍‌ଆର୍‌ଆର୍‌ ଇନ୍‌ କର୍ନାଟକ ଟ୍ରେଣ୍ଡ କରି ଏହି ଫିଲ୍ମ ନ ଦେଖିବା ବିଷୟରେ କହୁଛନ୍ତି। ଲୋକଙ୍କ କହିବା ଅନୁଯାୟୀ ଏହି ଫିଲ୍ମଟି କନ୍ନଡ ଭାଷାରେ ମଧ୍ୟ ରିଲିଜ ହେବା ଉଚିତ୍‌। କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ସେହି ସମୟରେ କିଛି ଲୋକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି ।

Share