‘ଜାଟ୍‌’ ସିନେମାକୁ ନେଇ ବିବାଦ: ସନ୍ନି ଦେଓଲ, ରଣଦୀପ୍‌ ହୁଡାଙ୍କ ନାଁରେ ମାମଲା

ଚଣ୍ଡିଗଡ଼,୧୯।୪:ଗତ ୧୦ ତାରିଖରେ ମୁକ୍ତିଲାଭ କରିଥିବା ‘ଜାଟ୍‌’ ଚଳଚ୍ଚିତ୍ରର ଏକ ଦୃଶ୍ୟ ସମଗ୍ର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗକ୍ରମେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ, ରଣଦୀପ୍‌ ହୁଡା ଏବଂ ବିନୀତ କୁମାର ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯିଶୁ ଖ୍ରୀଷ୍ଟଙ୍କୁ ଚଳଚ୍ଚିତ୍ରରେ ଅସମ୍ମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଧର୍ମୀୟ ଭାବନାକୁ ଉତ୍ତେଜିତ କରିବା ଲାଗି ଜାଣିଶୁଣି ଏଭଳି ଦୃଶ୍ୟ ସ୍ଥାନିତ କରାଯାଇଥିବା ନେଇ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୨୯୯ ଅନୁଯାୟୀ ଜଳନ୍ଧର ଥାନାରେ ଏତଲା ଦାଏର ହୋଇଛି। ଏହା ବ୍ୟତୀତ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଗୋପୀଚାନ୍ଦ ମାଲିନେନି ଏବଂ ପ୍ରଯୋଜକଙ୍କ ନାଁରେ ମଧ୍ୟ ଏତଲା ହୋଇଛି। ନିର୍ଦ୍ଦେଶକ, କାହାଣୀ ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା ଜାଣିଶୁଣି ପବିତ୍ର ଗୁଡ୍‌ ଫ୍ରାଇଡେ ଏବଂ ଇଷ୍ଟର ମାସରେ ଚଳଚ୍ଚିତ୍ରକୁ ମୁକ୍ତିଲାଭ କରାଇଥିବାରୁ ଖ୍ରୀଷ୍ଟିଆନମାନେ କ୍ଷୁବ୍ଧ ହୋଇଛନ୍ତି। ଏହାକୁ ନେଇ ଦେଶର ବିଭିନ୍ନ ଭାଗରେ ଉତ୍ତେଜନା ଦେଖାଦେବା ସହ ଚଳଚ୍ଚିତ୍ରକୁ ନିଷିଦ୍ଧ କରାଇବା ପାଇଁ ଦାବି ହେଉଛି। ସନ୍ନି ଦେଓଲଙ୍କ ଅଭିନୀତ ସଦ୍ୟତମ ଫିଲ୍ମ ଜାଟ୍‌ରେ ରଣଦୀପ୍‌ ହୁଡା, ବିନୀତ କୁମାର ସିଂ, ସୈୟାମି ଖେର୍‌, ରେଜିନା କେସେଣ୍ଡ୍ରା, ପ୍ରଶାନ୍ତ ବଜାଜ, ଜରିନା ଓ୍ବାହାବ ପ୍ରମୁଖ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ଫସିଗଲେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା! କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ମୁମ୍ବାଇ,୧୨ା୧୨: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ଆଉଟ୍‌ ସର୍କୁଲାରକୁ ଉଠାଇବାକୁ ହେଲେ ସେମାନଙ୍କୁ ୬୦...

Rajinikanth 75th Birthday: ୭୫ ବର୍ଷରେ ବି ରଜନୀକାନ୍ତଙ୍କ କ୍ରେଜ ଜାରି, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨:ଆଜି ସୁପରଷ୍ଟାର ରଜନୀକାନ୍ତଙ୍କର ଜନ୍ମଦିନ । ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଆସୁଛନ୍ତି । ସାରା ବିଶ୍ବରେ...

ଭାରତକୁ କୂଟନୈତିକ ଝଟକା ଦେଲା ପାକିସ୍ତାନ, ବ୍ୟାନ କଲେ ସବୁ ମିତ୍ର ରାଷ୍ଟ୍ର

ନୂଆଦିଲ୍ଲୀ,୧୨।୧୨: ବଲିଉଡ ଅଭିନେତା ରଣବୀର ସିଂଙ୍କ ନୂଆ ସ୍ପାଏ ଥ୍ରୀଲର ଚଳଚ୍ଚିତ୍ର ‘ଧୁରନ୍ଧର’ ଭାରତରେ ବକ୍ସ ଅଫିସରେ ସଫଳତା ପାଇଥିଲେ ମଧ୍ୟ ମଧ୍ୟ-ପ୍ରାଚ୍ୟ ବଜାରରେ ଏହାକୁ...

ଐଶ୍ୱର୍ଯ୍ୟା-ଅଭିଷେକ ଛାଡପତ୍ର ଗୁଜବ ବିଷୟରେ ଜାଣିଛନ୍ତି କି ଝିଅ ଆରାଧ୍ୟା, ବାପା କହିଲେ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଛାଡପତ୍ର ବିଷୟରେ ଆଲୋଚନା ହୁଏ। ଏହା ସିଧାସଳଖ ସେମାନଙ୍କ ପରିବାର ଏବଂ ପିଲାମାନଙ୍କୁ ପ୍ରଭାବିତ କରେ। ନିକଟରେ ଅଭିଷେକ ବଚ୍ଚନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri