Categories: ଜାତୀୟ

ନେହେରୁ ସଂଗ୍ରହାଳୟର ନାମ ବିବାଦ: ମୋଦିଙ୍କୁ ପ୍ରଶଂସା କଲେ ଥରୁର୍‌

ନୂଆଦିଲ୍ଲୀ,୧୬।୮: ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି। ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି।

ଥରୁର୍‌ କହିଛନ୍ତି, ପୂର୍ବ ସମସ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ନିର୍ଦଶନ ଦେବା ପାଇଁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ନାମିତ କରିବା ପ୍ରଶଂସନୀୟ। କିନ୍ତୁ ସଂଗ୍ରହାଳହର ନାମ ନେହେରୁ ମେମୋରିଆଲରୁ ପିଏମ ମେମୋରିଆଲ କରିବା ଛୋଟ ମନୋବୃତ୍ତିକୁ ଦର୍ଶାଉଛି।
ଜବାହରଲାଲ ନେହେରୁ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ, ଏପର୍ଯ୍ୟନ୍ତ ଭିତରେ ଦେଶରେ ସେ ପ୍ରଧାନମନ୍ତ୍ରୀ ଭାବରେ ଦୀର୍ଘଦିନ ରହି ସେବା କରିଛନ୍ତି। ସରକାର ସଂଗ୍ରହାଳୟର ନାଁ ନେହେରୁ ମେମୋରିଆଲ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ରଖିପାରିଥା’ନ୍ତେ। ଏହା ଦୁର୍ଭାଗ୍ୟଜନକ। ଆମ ଐତିହାସିକ ଅତୀତ ପ୍ରତି ତାଙ୍କର ଦ୍ୱେଷ ଭାବ ଜଳଜଳ ଦେଖାଯାଉଛି। ଏତେ ସଂଖ୍ୟାଗରିଷ୍ଠତା ପାଇବାକୁ ମୋଦି ସରକାର ଯୋଗ୍ୟ ନୁହଁନ୍ତି ବୋଲି ସେ କହିଛନ୍ତି।

Share