Categories: ଜାତୀୟ

ଛାତ୍ରୀଙ୍କ ବୋତଲରେ ପରିସ୍ରାକୁ ନେଇ ଉତ୍ତେଜନା

ଜୟପୁର,୧।୮:ରାଜସ୍ଥାନର ଭିଲଓ୍ବାରା ଜିଲା ଅନ୍ତର୍ଗତ ଏକ ସ୍କୁଲରେ କେତେଜଣ ଛାତ୍ର ଅନ୍ୟ ସମ୍ପ୍ରଦାୟର ଜଣେ ଛାତ୍ରୀଙ୍କ ପାଣି ବୋତଲରେ ପରିସ୍ରା ପୂରାଇବା ଘଟଣାକୁ ନେଇ ସୋମବାର ଉକ୍ତ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଜଣେ ଛାତ୍ରଙ୍କ ଘରେ ପ୍ରବେଶ ଉଦ୍ୟମ କଲାବେଳେ ପୋଲିସ ଟିମ୍‌ ଅଟକାଇବାରୁ ସେମାନେ ଟେକାମାଡ଼ କରିଥିଲେ। ବିକ୍ଷୋଭକାରୀଙ୍କୁ ତଡ଼ିବା ପାଇଁ ପୋଲିସ ଲାଠିଚାଳନା କରିଥିଲା। ସରକାରୀ ଉଚ୍ଚମାଧ୍ୟମିକ ସ୍କୁଲ୍‌ର ଛାତ୍ର ଜଣକ ଗତ ଶୁକ୍ରବାର ଶ୍ରେଣୀଗୃହରେ ବ୍ୟାଗ୍‌ ଓ ବୋତଲ ରଖି ଘରକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ। ସେ ସ୍କୁଲ୍‌କୁ ଫେରି ବୋତଲରୁ ପିଇବାବେଳେ ଗନ୍ଧ ବାରିଥିଲେ। ପାଣିବୋତଲରେ କେତେଜଣ ଛାତ୍ର ପରିସ୍ରା ମିଶାଇଥିବା ସେ ଜାଣିବାକୁ ପାଇଥିଲେ। ସ୍କୁଲ୍‌ ପ୍ରିନ୍ସପାଲଙ୍କୁ ଜଣାଇଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗ୍ରାମବାସୀ ଉତ୍ତେଜିତ ହୋଇଥିଲେ।

Share