‘ସୁବିଧାବାଦୀ ନେତାମାନେ ବିଜେଡି ଛାଡୁଛନ୍ତି, ଏହା ଆମକୁ ଅଧିକ ଶକ୍ତିଶାଳୀ କରିବ’: ନବୀନ

ଭୁବନେଶ୍ୱର,୧୧।୯: ବୁଧବାର ଅନୁଷ୍ଠିତ ବିଜୁ ଜନତା ଯୁବ ଦଳର ବୈଠକରେ ଦଳ ଛାଡୁଥିବା ନେତାମାନଙ୍କୁ କଟାକ୍ଷ କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। ନିକଟରେ ଦଳର ଦୁଇ ରାଜ୍ୟ ସଭା ଏମପି ମମତା ମହାନ୍ତ ଏବଂ ସୁଜିତ କୁମାର ଦଳ ଛାଡିବା ପରେ ନବୀନଙ୍କ ଏହି ମନ୍ତବ୍ୟ ଆସିଛି।

ନବୀନ ତାଙ୍କର ଅଭିଭାଷଣରେ କହିଛନ୍ତି, ”ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଆମ ଆଦର୍ଶ ହେଉଛି ସେବା, ସ୍ବାଭିମାନ ଓ ସଂଗ୍ରାମ। ମୁଁ ରାଜନୀତିକୁ ଲୋକଙ୍କ ସେବାର ମାଧ୍ୟମ ଭାବେ ଦେଖେ, ବିଜେଡି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ବିକଶିତ ଓଡ଼ିଶାର ସ୍ବପ୍ନ ନେଇ ବିଜେଡି ଗଠନ ହୋଇଛି। ତେବେ ଦଳରେ ଥିବା ସୁବିଧାବାଦୀ ନେତାମାନେ ବିଜେଡି ଛାଡୁଛନ୍ତି। ଏହା ଆମକୁ ଅଧିକ ଶକ୍ତିଶାଳୀ କରିବାକୁ ବଳ ଯୋଗାଇବ।

 

Share