Advertisement

କଥାବାର୍ତ୍ତା ଶୈଳୀ ଓ ବୁଦ୍ଧିମତ୍ତା

କଥାରେ ଅଛି-କହିବ ମଧୁର ବଚନ, କହି ତୋଷିବ ଜନମନ। କଥାବାର୍ତ୍ତା ଶୈଳୀ ଉପରେ ହିଁ ନିଜର ବ୍ୟକ୍ତିତ୍ୱ ନିର୍ଭର କରିଥାଏ। ତେବେ ଏହାର ପ୍ରଭାବ ମଧ୍ୟ ବୁଦ୍ଧିମତ୍ତା ଉପରେ ପଡିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀ ମାନଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି। କଥାବାର୍ତ୍ତାରୁ ହିଁ ଜଣେ ବ୍ୟକ୍ତିର ଆଚରଣ ନିର୍ଭର କରିଥାଏ। ଏହି ସର୍ଭେର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର କଥାବାର୍ତ୍ତା ଶୈଳୀ ଅନ୍ୟମାନଙ୍କ ତୁଳନାରେ ରୁକ୍ଷ ଥିଲା, ସେମାନଙ୍କର ବୁଦ୍ଧିମତ୍ତା କିପରି ରହୁଛି ତାହାକୁ ତନ୍ନ ତନ୍ନ କରି ଉକ୍ତ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ନିରୀକ୍ଷଣ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କର ବୁଦ୍ଧିମତ୍ତା ସେମାନଙ୍କର ରୁକ୍ଷ କଥାବାର୍ତ୍ତା ଯୋଗୁ ପ୍ରଭାବିତ ହେଉଥିଲା ବୋଲି ରିପୋର୍ଟରେ ଉଲ୍ଲ୍ଳେଖ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel