ବଦଳାଇପାରିବେ ଫଟା ନୋଟ୍‌: ଆର୍‌ବିଆଇ

ନୂଆଦିଲ୍ଲୀ,୨୦।୫:କେନ୍ଦ୍ର ସରକାର ୨ହଜାର ଟଙ୍କିଆ ନୋଟ୍‌ ସର୍କ୍ୟୁଲେଶନକୁ ନେଇ ଶୁକ୍ରବାର ବଡ ଘୋଷଣା କରିଛନ୍ତି। ଏହି ନୋଟ୍‌ ଆଉ ଛପା ଯିବ ନାହିଁ କିମ୍ବା ବଜାରରେ ସର୍କ୍ୟୁଲେଶନ୍‌ କରାଯିବ ନାହିଁ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆର୍‌ବିଆଇ ଗ୍ରାହକଙ୍କୁ ୨ହଜାର ଟଙ୍କିଆ ନୋଟ୍‌ ନ ଦେବାକୁ ବ୍ୟାଙ୍କ୍‌ଗୁଡିକୁ ନିର୍ଦ୍ଦେଶ ଦେଇଛି। ଏଥିସହ ୧୦୦, ୨୦୦ ଏବଂ ୫୦୦ଟଙ୍କିଆ ନୋଟ୍‌କୁ ନେଇ ମଧ୍ୟ ଆର୍‌ବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି। ଏଥର ଆପଣଙ୍କ ପାଖରେ ଥିବା ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ଫଟା ନୋଟ୍‌କୁ ନେଇ ବ୍ୟାଙ୍କ୍‌ରେ ବଦଳାଇପାରିବେ ଏବଂ ବ୍ୟାଙ୍କରୁ ନୂଆ ନୋଟ୍‌ ଆଣିପାରିବେ।

ବ୍ୟବହାର ହୋଇ ପାରୁ ନ ଥିବା ୧୦୦, ୨୦୦ ଏବଂ ୫୦୦ଟଙ୍କିଆ ପୁରୁଣା କିମ୍ବା ଚିରା ଫଟା ନୋଟ୍‌ ଏବେ ବ୍ୟାଙ୍କରେ ପରିବର୍ତ୍ତନ ହୋଇପାରିବ। ନିକଟସ୍ଥ ବ୍ୟାଙ୍କକୁ ଯାଇ ଆପଣ ଏହାକୁ ବଦଳାଇପାରିବେ। ଯଦି କୌଣସି ବ୍ୟାଙ୍କ କର୍ମଚାରୀ ଆପଣଙ୍କ ନୋଟ୍‌ ବଦଳାଇବାକୁ ମନା କରନ୍ତି , ତେବେ ଆପଣ ଏହି ବିଷୟରେ ଅଭିଯୋଗ ମଧ୍ୟ କରିପାରିବେ।

ଆରବିଆଇ କହିଛି ଯେ, ଯଦି ଆପଣଙ୍କ ଫଟା ନୋଟ୍‌ର ଗୋଟିଏ ପାଖ ହଜିଯାଇଥିଲେ କିମ୍ବା ଦୁଇ ଭାଗ ହୋଇ ଚିରି ଯାଇ ଏକାଠି ଯୋଡା ଯାଇଥିଲେ ବ୍ୟାଙ୍କ ଏହାକୁ ଗ୍ରହଣ କରିବ। ଏହା ବଦଳରେ ଆପଣଙ୍କୁ ନୂଆ ନୋଟ୍‌ ମିଳିପାରିବ। ସେହିପରି ଧ୍ୟାନ ରଖିବେ ନୋଟ୍‌ରେ ଆରବିଆଇର ନାମ, ଦସ୍ତଖତ, ଅଶୋକ ସ୍ତମ୍ଭ, ମହାତ୍ମା ଗାନ୍ଧିଙ୍କ ଫଟୋ, ନୋଟ୍‌ରେ ଥିବା ଓ୍ବାଟର ମାର୍କ ଲିଭିଯାଇଥିଲେ ନୋଟ୍‌ ବଦଳା ଯାଇପାରିବ ନାହିଁ।

 

Share